ଅପରାଧ ରାଜ୍ୟ

କାରରୁ ୩୪୯ କିଲୋ ୫୦୦ ଗ୍ରାମ୍ ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣ ସମୟରେ କୋରାପୁଟ ଜିଲ୍ଲା ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରୁ ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରେ ଏକ ମାରୁତି ସୁଜୁକି କାର (ଏପି ୩୧ ବିଏଚ୍୦୯୯୪)ରୁ ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ଜବତ ହୋଇଛି। ଘଟଣାସ୍ଥଳରୁ ସନ୍ଦର ପଡୱା ଓ ଗଜେନ୍ଦ୍ର ଗଡ଼ବାଙ୍କୁ ଗିରଫ କରିଛି ପଡବା ପୁଲିସ। ଏନେଇ ମାମଲା ରୁଜୁ କରାଯିବା ସହ ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏହି ଜବତ ଗଞ୍ଜେଇ ଜୟପୁରରୁ ଛତିଶଗଡ଼କୁ ଚାଲାଣ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।