ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କାମଚଳାରେ ଚାଲିଛି ସ୍କୁଲ୍‌: ୧୯ ହଜାର ସ୍କୁଲ୍‌ରେ ନାହାନ୍ତି ସ୍ଥାୟୀ ପ୍ରଧାନଶିକ୍ଷକ

କଟକ : ରାଜ୍ୟରେ ୧୯ ହଜାର ୨୪୨ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ଷ ବର୍ଷ ଧରି ବିନା ପ୍ରଧାନଶିକ୍ଷକରେ ଚାଲିଛି। ସବୁ ସ୍କୁଲ୍‌ କାମଚଳା ପ୍ରଧାନଶିକ୍ଷକରେ ଚାଲିଛି। ରାଜ୍ୟର ପ୍ରାଥମିକ ଶିକ୍ଷାର ଏ ପ୍ରକାର ବିକଳ ଚିତ୍ର ଶିକ୍ଷକମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି।

ଗତବର୍ଷ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ରାଜ୍ୟର ୧୯ ହଜାର ୨୪୨ ଶିକ୍ଷକଙ୍କୁ ଲେବୁଲ-୩କୁ ପଦୋନ୍ନତି ଦେବାପାଇଁ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର, ପରବର୍ତ୍ତୀ ସମୟରେ ସରକାର ଚତୁରତାର ସହିତ ଶିକ୍ଷକମାନଙ୍କୁ ଭଣ୍ଡାଇଥିବା ଅଭିଯୋଗ ହୋଇଛି। ବିନା ଆର୍ଥିକ ପ୍ରୋତ୍ସାହନରେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ଏବେ ପଦୋନ୍ନତି ପାଇଁ ଆଉ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ। ବର୍ଷେ କାମ କରିବାପରେ ସ୍ଥାୟୀ ପଦୋନ୍ନତି ମିଳିବ ବୋଲି ଯେଉଁ ଆଶା ରହିଥିଲା, ସେଥିରେ ଏବେ ଶିକ୍ଷକମାନଙ୍କୁ ନିରାଶ ହେବାକୁ ପଡିଛି। ଏହାକୁ ନେଇ ଏବେ ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସରକାର ପୂର୍ବ ନିଷ୍ପତ୍ତିକୁ ବଳବତ୍ତର ରଖି ଶିକ୍ଷକଙ୍କୁ ପଦୋନ୍ନତି ଦେବାକୁ ଦାବି କରାଯାଇଛି।

ତଥ୍ୟ ମୁତାବକ, ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ୨୦୨୧ ଅଗଷ୍ଟ ୩ ତାରିଖରେ (ଚିଠି ନଂ ୧୪୧୨୭) ଲେବୁଲ୍‌-୪ ଶିକ୍ଷକ (ବିଷୟଗତ ଶିକ୍ଷକ) ପଦବି ସୃଷ୍ଟି କରିଥିଲେ। ଯୋଜନା ଥିଲା, ଏମାନଙ୍କୁ ଲେବୁଲ ୩କୁ ପଦୋନ୍ନତି ଦେଇ ରାଜ୍ୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବିକୁ ପୂରଣ କରିବା। ତେବେ, ଏଥିପାଇଁ ୧ ବର୍ଷର ଅବଧି ପରେ ଲେବୁଲ-୩କୁ ପଦୋନ୍ନତି ଦେବାପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଜୁନ୍‌-୨୦୨୨ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶର କାର୍ଯ୍ୟକାରିତା ସମୟ ଥିବାବେଳେ ଜିଲ୍ଲାସ୍ତରର ଅଧିକାରୀମାନେ ଏହି ପ୍ରକ୍ରିୟା‌ରେ ବିଳମ୍ବ କରିଥିଲେ। ଶିକ୍ଷକମାନଙ୍କୁ ୨ ମାସ ବିଳମ୍ବରେ ଅର୍ଥାତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସ୍ବୀକୃତି ପ୍ରଦାନ କରିବାରୁ ଶିକ୍ଷକମାନଙ୍କର ଜୁନ୍‌ ସୁଦ୍ଧା ୧ ବର୍ଷ କାର୍ଯ୍ୟ ସମୟ ପୂରଣ ହୋଇନଥିଲା। ଫଳରେ, ୧୯ ହଜାର ଶିକ୍ଷକଙ୍କୁ ପଦୋନ୍ନତି ଦେବାପାଇଁ ସରକାର ମନା କରିଦେଲେ। ଏବେ ୧୯ ହଜାରରୁ ଅଧିକ ଶିକ୍ଷକ ବର୍ଷେ କାମ କରି ପଦୋନ୍ନାତି ପାଇବା ବଦଳରେ ଦୁଇ ବର୍ଷ କାମ କରିବା ପରେ ଯାଇ ସ୍ଥାୟୀ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦେବେ। ଏଥିରେ ସେମାନଙ୍କୁ କୌଣସି ଆର୍ଥିକ ପ୍ରୋତ୍ସାହନ ବି ମିଳିବ ନାହିଁ। ସରକାରୀ ସ୍ତରରେ ଏଭଳି ନିଷ୍ପତ୍ତି ଏବେ ଶିକ୍ଷକମାନଙ୍କ ଅସନ୍ତୋଷର କାରଣ ହୋଇଛି। ଗୋଟିଏ ପଟେ ୫-ଟି ରୂପାନ୍ତରଣ କାର୍ଯ୍ୟରେ ସ୍କୁଲ ଘର ନିର୍ମାଣ ଓ ରଙ୍ଗ ଦିଆ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଶିକ୍ଷକ ସମସ୍ୟା ସମାଧାନ ଦିଗରେ ଉଦାସୀନତା ଶିକ୍ଷା ଭିତ୍ତିଭୂମିକୁ ଦୁର୍ବଳ କରି ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି