ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

କାନ୍ସରେ ଝଟକିଲା ପଶ୍ଚିମ ଓଡ଼ିଶାର ଐତିହ୍ୟ, ରେଡ କାର୍ପେଟରେ ସମ୍ବଲପୁରୀ ପୋଷାକ ପିନ୍ଧି ଚାଲିଲେ ଓଡ଼ିଆ ଦମ୍ପତ୍ତି

ନୂଆଦିଲ୍ଲୀ ୨୧/୦୫: ୭୫ତମ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଚମକିଲା ସମ୍ବଲପୁରୀ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଯୋଜକ ତଥା ପୃଷ୍ଠପୋଷକ ଟିଟିଲାଗଡ଼ର ପୁଅ ଜିତେନ୍ଦ୍ର ମିଶ୍ର ଓ ପତ୍ନୀ ଡୋନା ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଫେଷ୍ଟିଭାଲ୍‌ରେ ରେଡ୍‌ କାର୍ପେଟ୍‌ରେ ଚାଲିଥିଲେ ।

ଜିତେନ୍ଦ୍ର ନିଜେ ଏହି ବିଶେଷ ଉତ୍ସବ ପାଇଁ ସମ୍ବଲପୁରୀ ରେଶମ ପୋଷାକର ପରିକଳ୍ପନା କରିଥିଲେ । କାନ୍‌ ରେଡ୍‌ କାର୍ପେଟ୍‌କୁ ଏକ ଉଚ୍ଚ ସ୍ତରୀୟ ଗ୍ଲାମରସ୍‌ ପର୍ଯ୍ୟାୟ ଭାବରେ ବିବେଚନା କରାଯାଏ । ଯାହା ଉପରେ ସମଗ୍ର ବିଶ୍ୱର ନଜର ଥାଏ । ଏତେ ବଡ଼ ଉତ୍ସବରେ ସମ୍ବଲପୁରୀ ବୟନ କଳାର ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବାର ଏହା ଏକ ବିରଳ ସୁଯୋଗ ଥିଲା ।

ସେଠାରେ ଉପସ୍ଥିତ ଦର୍ଶକ ପୋଷାକର ଡିଜାଇନ୍‌ ଓ ପ୍ରସ୍ତୁତି ପ୍ରଶଂସା କରିଥିଲେ । ଏ ଅବସରରେ ଜିତେନ୍ଦ୍ର କହିଛନ୍ତି, ଉଭୟେ ସମ୍ବଲପୁରୀ ପୋଷାକ ପିନ୍ଧି ବହୁତ ଖୁସି ଓ ଗର୍ବିତ । ଏହା ପୂର୍ବରୁ ୨୦୧୯ରେ ମୁଁ କାନ୍‌ ରେଡ୍‌ କାର୍ପେଟ୍‌ରେ ଏକ ସମ୍ବଲପୁରୀ ଜ୍ୟାକେଟ୍‌ ପିନ୍ଧି ଚାଲିଥିଲି ବୋଲି ଜିତେନ୍ଦ୍ର କହିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ