ଅପରାଧ ରାଜ୍ୟ

କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ତିନି ଗିରଫ

ଉଦଳା ୨୨।୦୯ : କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ । ଚୋରା ଚାଲାଣ ବେଳେ ଧରିଲା ବନବିଭାଗ । ଏହାସହିତ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୩ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ମରେଈଗାଁର ମୁରଲୀ ପାତ୍ର, ବାବୁ ସିଂ ଏବଂ କାକବୁରେଇ ଗ୍ରାମର ମହେଶ୍ୱର ହାତୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଚୋରା କାଠ ଚାଲାଣ ହେଉଥିବା ନେଇ ଖବର ପାଇବା ପରେ ଗୁରୁବାର ଭୋର ସମୟରେ ଉଦଳା ବନ ବିଭାଗ କର୍ମଚାରୀ ଅମ୍ବିକାଦେଇପୁର ଅଞ୍ଚଳରେ ଚଢ଼ାଉ କରିଥିଲେ। ଏହି ସମୟରେ ବାଲେଶ୍ୱର ଜିଲ୍ଲାକୁ କାଠ ଚୋରା ଚାଲାଣ ହେଉଥିବା ଏକ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଥିଲେ। ଏହାସହିତ ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ତେବେ ଜବତ କାଠର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ କହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।