ରାଜ୍ୟ

କାଠଯୋଡ଼ିରେ ବୁଡ଼ିଗଲେ ୩ ଭଉଣୀ: ଜଣେ ମୃତ, ଦୁଇ ଉଦ୍ଧାର

କଟକ: ସିଡିଏ କାଠଯୋଡ଼ି ବିହାର ନିକଟରେ କାଠଯୋଡ଼ିରେ ଗାଧୋଉଥିବା ବେଳେ ୩ ଭଉଣୀ ବୁଡି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଦିନ ୧୧ଟା ବେଳେ ଏହି ଅଘଟଣ ଘଟିଥିଲା। ସେମାନଙ୍କ ଚିତ୍କାର ଶୁଣି ନିକଟରେ ଥିବା ବସ୍ତି ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ କିନ୍ତୁ ନିଖୋଜ ହୋଇଯାଇଥିଲେ। ବିଡାନାସୀସ୍ଥିତ ଦମକଳ ବାହିନୀ ତିନି ଘଣ୍ଟା କାଳ ଖୋଜାଖୋଜି କରିବା ପରେ ବି ଝିଅର ପତ୍ତା ପାଇ ନଥିଲେ। ପରେ ସ୍କୁବା ଡ୍ରାଇଭର ପହଞ୍ଚି ଝିଅଟିକୁ ପାଣିରୁ ଉଦ୍ଧାର କରିବା ସହିତ ନିକଟସ୍ଥ ଏକ ଘରୋଇ ହସପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା  କରିଥିଲେ। ମୃତ ଝିଅଟିର ବୟସ ଏଗାର ବର୍ଷ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ ସ୍ୱାଗତିକା ସାହୁ ପରିବାର ସହିତ କାଠଯୋଡ଼ି ବିହାର ବସ୍ତିରେ ରୁହନ୍ତି। ତାଙ୍କର ଜଣେ ଭଉଣୀ ଭୁବନେଶ୍ୱରରେ ରୁହନ୍ତି। ଭୁବନେଶ୍ବରରୁ ଭଉଣୀଙ୍କ ଦୁଇ ଝିଅ ତାଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଜି ଦିନ ପ୍ରାୟ ୧୧ଟା ବେଳେ ସ୍ୱାଗତିକାଙ୍କ ଝିଅ ଓ ତାଙ୍କ ଭଉଣୀଙ୍କ ଦୁଇ ଝିଅ ଘର ପାଖ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିଲେ। ସ୍ୱାଗତିକାଙ୍କ ଭଉଣୀଙ୍କର ଗୋଟିଏ ଝିଅ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ଥିବା ସାମାଜିକ କର୍ମୀ ଗଣେଶ ବେହେରା କହିବା ଅନୁଯାୟୀ ଯେଉଁ ଜାଗାରେ ଏହି ଅଘଟଣ ଘଟିଲା ସେଠାରେ ପାଣି ଅଧିକ ନ ଥିଲେ ବି ଚୋରା ବାଲିରେ ପୋତି ହୋଇଯିବା ହେତୁ ଶିଶୁଟିର ଜୀବନ ଯାଇଛି। ଆଗରୁ ମଧ୍ୟ ଏହି ଚୋରା ବାଲି ପାଇଁ ଅନେକ ଦୁର୍ଘଟଣା ଘଟିଛି। ତେଣୁ ସରକାର ଏଠାରେ ସତର୍କ ସୂଚନା ଫଳକ ଲଗାଇବାକୁ ସେ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।