ଦେଶ ବିଦେଶ ମନୋରଞ୍ଜନ

କାଠଗଡ଼ାରେ ହନି-ଶାଲିନୀ, ୨୦ କୋଟି ଦାବି କଲେ ଶାଲିନୀ

ନୂଆଦିଲ୍ଲୀ: ବଲିଉଡ୍‌ର ଚର୍ଚ୍ଚିତ କଣ୍ଠଶିଳ୍ପୀ ତଥା ରାପର ୟୋ ୟୋ ହନି ସିଂହ ଓ ତାଙ୍କ ସହଧର୍ମିଣୀ ଶାଲିନୀ ତୱାରଙ୍କ ମଧ୍ୟରେ କିଛି ଦିନ ହେବ କଳିତକରାଳ ଲାଗି ରହିଛି। ଉଭୟଙ୍କ ଭିତରେ ହେଇଥିବା ଅବୁଝାମଣା ପରିସ୍ଥିତି ଶେଷରେ କୋର୍ଟରେ ପହଞ୍ଚିଛି। ଗତ ଶୁକ୍ରବାର ହନି ସିଂହଙ୍କୁ ଡକରା ଆସିବା ପରେ ସେ ନୂଆଦିଲ୍ଲୀର ତିସ ହଜାରି କୋର୍ଟରେ ଉପସ୍ଥିତ ହେଇଥିଲେ। ହନିଙ୍କ ବିରୋଧରେ ପତ୍ନୀ ଶାଲିନୀ ଘରୋଇ ହିଂସା, ଯୌନ ହିଂସା, ମାନସିକ ନିର୍ଯାତନା; ଏମିତି ଅନେକ ପ୍ରକ‌ାର ଅଭିଯୋଗ କରି ଗତ ଅଗଷ୍ଟ ୩ ତାରିଖରେ ଥାନାରେ ମାମଲା ରୁଜୁ କରିଥିଲେ। ଖାଲି ମାମଲା ନୁହେଁ, ସେ ହନିଙ୍କୁ ଛାଡ଼ପତ୍ର ଦେବା ସହ ଭରଣପୋଷଣ ବାବଦକୁ ତାଙ୍କୁ ୨୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି।

ରିପୋର୍ଟ ଅନୁସାରେ, ହନି ନିଜ ପିତାମାତାଙ୍କ ସହିତ କୋର୍ଟ‌ରେ ହାଜର ହୋ‌ଇଥିଲେ। କୋର୍ଟ ରାୟ ଦେଇଛନ୍ତି ଯେ ଶାଲିନୀ ଉଭୟ ପକ୍ଷର ଓକିଲଙ୍କ ଉପସ୍ଥିତିରେ ତାଙ୍କ ସ୍ବାମୀଙ୍କ ଘରେ ଥିବା ନିଜର ସମସ୍ତ ଆସବାବପତ୍ର ଓ ଆବଶ୍ୟକ ଉପକରଣ ନେଇଆସିବେ। ତେବେ ଶାଲିନୀ ଦାବି କରିଥିବା ଭରଣପୋଷଣ ବାବଦକୁ ଅର୍ଥରାଶିର ଫଇସଲା ପରବର୍ତ୍ତୀ ଶୁଣାଣିରେ କରାଯିବ। ବିଶେଷ ସୂତ୍ରରୁ ଜଣାପଡ଼ିଛି କୋର୍ଟ ଉଭୟଙ୍କୁ ପୁଣି ସେପ୍ଟେମ୍ବର ୨୮ ତାରିଖରେ ଡକାଇପାରନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ