ଅପରାଧ ରାଜ୍ୟ

କାକାର ଠେଙ୍ଗା ମାଡ଼ରେ ପୁତୁରା ମୃତ, ମାତାଲ ହୋଇ ଘରେ କରୁଥିଲେ ଝଗଡ଼ା

କେନ୍ଦୁଝର ୨୫।୦୫: କାକାର ଠେଙ୍ଗା ମାଡ଼ରେ ପୁତୁରା ମୃତ । କେନ୍ଦୁଝର ଜିଲ୍ଲା ସଦର ଥାନା ତାଳପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ତାଳପଦା ଗାଁରେ ଯୁବକ ମାତାଲ ହୋଇ ଘରେ ଖରାପ ଭାଷାରେ ଗାଳିଗୁଳଜ କରୁଥିଲେ । ଏହାସହିତ ଘରେ ମଧ୍ୟ ଝଗଡ଼ା କରୁଥିଲେ । ଏହି ସମୟରେ କାକାଙ୍କ ଠେଙ୍ଗା ମାଡ଼ରେ ପୁତୁରାର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାକା ଶତ୍ରୁଘ୍ନ ନାଏକଙ୍କୁ ଥାନାରେ ଅଟକ ରଖିଛି ।

ସେପଟେ ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । କିଭଳି ପରିସ୍ଥିତିରେ ହତ୍ୟା କରାଗଲା । ସେନେଇ କାରଣ ଖୋଜୁଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।