ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

କଷ୍ଟ ସହିପାରୁନି, ତୁ ସେଇଟା ବୁଝି ପାରିବୁନି… ପ୍ରକୃତି-ବାବୁସାନଙ୍କ ଅଡିଓ ଭାଇରାଲ !

ଭୁବନେଶ୍ୱର ୨୯।୦୭ : ‘ପତି- ପତ୍ନୀ ଓ ପ୍ରକୃତି’ ହାଇଡ୍ରାମାକୁ ୭ ଦିନ ବିତିଥିଲେ ବି ଚର୍ଚ୍ଚା ଥମିବାର ନାଁ ନେଉନି । ଏହାରି ଭିତରେ ବାବୁସାନ୍‌ -ପ୍ରକୃତି ମିଶ୍ରଙ୍କ ଏକ ଅଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଫୋନ୍‌ରେ କଥା ହେଉଥିବା ପୁଅ-ଝିଅ କିଏ ବୋଲି ସ୍ପଷ୍ଟ ଜଣାପଡ଼ିନି । କିନ୍ତୁ ପୁଅ-ଝିଅଙ୍କ ସ୍ୱରରୁ ଏହା ବାବୁସାନ୍‌ ଓ ପ୍ରକୃତିଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଯାହାକୁ ନେଇ ପୁଣି ଏକ ବିବାଦ ସୃଷ୍ଟି ହୋଇଛି। ତେବେ ପତି-ପତ୍ନୀ ଓ ପ୍ରକୃତି’ ହାଇଡ୍ରାମାକୁ ନେଇ କିଛି ସ୍ପଷ୍ଟୋକ୍ତି ରଖି ନାହାନ୍ତି ବାବୁସାନ୍‌ । ସେ କହିଛନ୍ତି, ପ୍ରଥମେ ପୁଲିସର ଜେରା ସରୁ । ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେବେ ବୋଲି ଜଣାପଡିଛି।

ପୁଅ: ସବୁବେଳେ ତୋର କ’ଣ ରାଗିବା ଦରକାର, ଆରେ ଶୁଣେ ରେ… କ’ଣ ହୋଇଛି କି? ଝିଅ: କିଛି ନାହିଁ, କହିବି କାଲି ଦେଖା ହେଲେ… ପୁଅ: ଓ ହୋ… ମୁଁ କ’ଣ କଲି କି? ଝିଅ: ମୋ ଶରୀର ବ୍ୟଥା କରୁଛି । କଷ୍ଟ ସହିପାରୁନି । ତୁ ସେଇଟା ବୁଝି ପାରିବୁନି… ପୁଅ: ସରି ସରି ସରି… ତୋ ଗୋଡ଼ ଧରିକି ‘ସରି’ କହୁଛି । ମୁଁ କ’ଣ କରିବି କହିଲୁ? ଝିଅ: ଗୋଡ ହାତ ବିନ୍ଧୁଛି । ସହିହେଉନି… ପୁଅ: ତୁ ଭ୍ୟାକ୍ସିନ ନେଇଛୁ । ସେଥିପାଇଁ କଷ୍ଟ ହେଉଛି । ତୁ କ’ଣ ଖାଇ ଦେ, ରେଷ୍ଟ ନେ… ସୋସିଆଲ୍‌ ମିଡିଆରେ ଏମିତି କିଛି ମୋବାଇଲ୍‌ ଫୋନ୍‌ କଲ୍‌ର ଏକ ଅଡିଓ ଭାଇରାଲ୍‌ ହେଉଛି । ଫୋନ୍‌ରେ କଥା ହେଉଥିବା ପୁଅ-ଝିଅ କିଏ ବୋଲି ସ୍ପଷ୍ଟ ଜଣାପଡ଼ିନି । କିନ୍ତୁ ପୁଅ-ଝିଅଙ୍କ ସ୍ୱରରୁ ଏହା ବାବୁସାନ୍‌ ଓ ପ୍ରକୃତିଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ