ଖେଳ ଦେଶ ବିଦେଶ ରାଜ୍ୟ

କଳିଙ୍ଗରେ ଲାଇଫ୍‌ ଗାର୍ଡ, ପୁଲ୍‌ ଅପରେଟର ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଲାଇଫ୍‌ ସେଭିଂ ସୋସାଇଟି ଅଫ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଲାଇଫ୍‌ ଗାର୍ଡ ଓ ପୁଲ୍‌ ଅ‌ପରେଟର ପାଠ୍ୟକ୍ରମ ଚଳିତ ମାସ ୨୭ ତାରିଖରୁ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣଗାରରେ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦ ଲାଇଫ୍‌ଗାର୍ଡ ପ୍ରଶିକ୍ଷଣ ନେଉଛନ୍ତି। ଅଭିଜ୍ଞ ଲାଇଫ୍‌ ଗାର୍ଡ ଏବଂ ପୁଲ୍‌ ଅପରେଟରମାନେ ଏହି ଅଂଶଗ୍ରହଣକାରୀଙ୍କୁ ପ୍ରାଥମିକ ଚିକିତ୍ସା, ପୁନଃ ଉଦ୍ଧାର, ସନ୍ତରଣ ଏବଂ ଜଳରେ ନିରାପତ୍ତା ବିଷୟରେ କୌଶଳ ଏବଂ ଜ୍ଞାନ ପ୍ରଦାନ କରୁଛନ୍ତି। ଏଥିସହ ପ୍ରଶିକ୍ଷାର୍ଥୀମାନଙ୍କୁ ଏକ ନିରାପଦ ପୁଲ୍‌ର ପରିଚାଳନା, ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ, ପୁଲ୍‌ର ସ୍କାନିଂ, ଜଳରୁ ଉଦ୍ଧାର କୌଶଳ, ଉଦ୍ଧାର ଉପକରଣର ବ୍ୟବହାର, ମୌଳିକ ଜଳ ଚିକିତ୍ସା, ରକ୍ଷଣାବେକ୍ଷଣ ଏବଂ ସମ୍ପୂର୍ଣ୍ଣ ପ୍ରାଥମିକ ଚିକିତ୍ସା ମଧ୍ୟ ଶିକ୍ଷା ଦିଆଯାଉଛି। ଏହି ପାଠ୍ୟକ୍ରମରେ ଯାହାର ଉଭୟ ପ୍ରାକ୍ଟିକାଲ ଓ ଥିଓରି ରହିଛି। ତାଲିମ ପରେ ଏହି ପ୍ରଶିକ୍ଷାର୍ଥୀମାନଙ୍କୁ ରାଜ୍ୟରେ ଥିବା ୮ଟି ତୃଣମୂଳସ୍ତରୀୟ ସନ୍ତରଣଗାରରେ ନିୟୋଜନ କରାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ