ଅପରାଧ ରାଜ୍ୟ

କଳା ପଲ୍‌ସର୍‌ରେ ଆସି ୪୯ ହଜାର ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି ୧୫/୦୭: କଣ୍ଟାବାଞ୍ଜିରେ ପୁଣି କଳା ପଲସର ଆତଙ୍କ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଠାରୁ ଦୁର୍ବୃତ୍ତମାନେ ୪୯ହଜାର ଟଙ୍କା ଝାମ୍ପି ନେଇ କଳାପଲସରରେ ଫେରାର ହୋଇଛନ୍ତି। କଣ୍ଟାବାଞ୍ଜି ଥାନା ପଖନମୁଣ୍ଡା ଗାଁର ଦୟାନିଧି ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଏସବିଆଇ ବ୍ୟାଙ୍କରୁ ଟଙ୍କା ବାହାର କରି ଆଶ୍ରମପଡ଼ାରେ ଜଣକୁ ଭେଟିବାକୁ ଯାଉଥିଲେ।

ଏହି ସମୟରେ କଳା ପଲସରରେ ଦୁଇ ଦୁର୍ବୃତ୍ତ ଆସି ତାଙ୍କ ହାତରୁ ଟଙ୍କାକୁ ଝାମ୍ପି ନେଇ ଫେରାର ହୋଇ ଯାଇଛନ୍ତି। ଦୟାନିଧି ଚିତ୍କାର କରିବା ସହ କିଛି ବାଟ ଦୁର୍ବୃତ୍ତମାନଙ୍କୁ ପିଛା କରିଥିଲେ। କିନ୍ତୁ ସେମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଏନେଇ କଣ୍ଟାବାଞ୍ଜି ପୋଲିସ ତଦନ୍ତ ଆରମ୍ଭ କରିଛି। ସେହି ଅଞ୍ଚଳରେ ଥିବା ବିଭିନ୍ନ ସିସିଟିଭି ଫୁଟେଜ୍‌ ଆଧାରରେ ଘଟଣାର ତଦନ୍ତ ଜାରିରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।