ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ, ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍‌

ଧର୍ମଗଡ଼ ୨୩।୦୯: କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ l ଗତ ଦୁଇ ମାସ ହେବ ଜିଲ୍ଲାର ବିଭିନ୍ନ ବ୍ଲକରେ ଡାଇରିଆ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ଏବଂ ମେଡିକାଲ ଟିମ ଗାଁ ଗାଁରେ ଯାଇ ସ୍ଥିତି ଅନୁଧ୍ୟାନ କରି ମେଡ଼ିସିନ ଦେଉଛନ୍ତି । ହେଲେ ବର୍ତମାନ ପୁଣି ଆଉ ଏକ ବ୍ଲକରେ ଡାଇରିଆ ଆତଙ୍କ ଖେଳାଇଛି l

ଖବର ଅନୁଯାୟୀ, କଳମପୁର ବ୍ଲକ ଭାଲୁବୁଡ୍ରା ଗାଁ ର ୧୧ଜଣ ଗତ ତିନି ଦିନ ପୂର୍ବରୁ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ କଳମପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଗୁରୁବାର ଠାରୁ ପୁଣି ୧୪ ଜଣ ଡାଇରିଆରେ ଆକ୍ରାନ୍ତ ହେଇଛନ୍ତି l ବର୍ତମାନ ଡାଇରିଆରେ ଆକ୍ରାନ୍ତ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ ପ୍ରଶାସନ ପକ୍ଷରୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି l ବର୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଡିକାଲ ଟିମ ଭାଲୁବୁଡ୍ରା ଗାଁ ରେ ପହଞ୍ଚି ଘରକୁ ଘର ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି l ଗାଁରେ ଥିବା ନଳକୂପ ତଥା ଜଳ ଉତ୍ସା ଗୁଡି଼କ ରୁ ପାଣି ର ନମୁନା ସଂଗ୍ରହ କରୁଛନ୍ତି ଏବଂ ମେଡିକାଲ ଟିମ ଲୋକଙ୍କୁ ଔଷଧ ଦେବା ସହିତ ପରିମଳ ବ୍ୟବସ୍ଥା ପ୍ରତି ସଚେତନ କରାଉଥିବା ଜଣା ପଡିଛି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ