ଅପରାଧ ରାଜ୍ୟ

କଳାକନା ବୁଲାଇଦେଲେ ଲୁଟେରା, ୫ଟି ଦୋକାନରୁ ଟଙ୍କା ଓ ସାମଗ୍ରୀ ନେଇଗଲେ ଚୋର

ଢେଙ୍କାନାଳ ୩୦।୦୫: ମାତିଛନ୍ତି ଲୁଟେରା । ଢେଙ୍କାନାଳ ସହରରେ ହୋଇଛି ସିରିଜ ଲୁଟ୍‌ । ଏକାକାଳୀନ ୫ଟି ଦୋକାନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସାମଗ୍ରୀ ଲୁଟି ନେଇଛନ୍ତି ଲୁଟେରା । ଅଭିଯୋଗ ପରେ ଟାଉନ୍‌ ଥାନା ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, ଢେଙ୍କାନାଳ ସହରର କଲେଜ ବାଇପାସ୍‌ ଛକରେ ଥିବା ୫ଟି ଦୋକାନରୁ ଏକକାଳୀନ ଲୁଟ୍‌ ହୋଇଛି ।ସମାନ ଢଙ୍ଗରେ ଦୋକାନ ଗୁଡିକର ତାଲା ଭାଙ୍ଗି ଲୁଟେରାମାନେ ଲୁଟ୍‌ କରିଛନ୍ତି । ସମସ୍ତ ୫ଟି ଦୋକାନରୁ ସାମଗ୍ରୀ ଓ କ୍ୟାସ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରିଛନ୍ତି । ଏନେଇ ଚୋରୀ ହୋଇଥିବା ଦୋକାନୀମାନେ ଥାନାରେ ଅଭିଯୋଗ କରିଛନ୍ତି । ଟାଉନ୍‌ ଥାନା ପୋଲିସ ବିଳମ୍ବରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।