ରାଜ୍ୟ

କର୍ମଚାରୀଙ୍କୁ ବଦଳି କରିଛି ସ୍ବାସ୍ଥ୍ୟ ବିଭାଗ, ସିକ୍ୟୁରିଟି ଗାର୍ଡ଼ ତୁଲାଉଛନ୍ତି ଫାର୍ମାସିଷ୍ଟ୍‌ ଦାୟିତ୍ବ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟିରେ ଦିନକୁ ଦିନ ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ିବାରେ ଲାଗିଛି। ଚିକିଟିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘବର୍ଷ ଧରି ଅଭିଜ୍ଞ ଡାକ୍ତରଙ୍କ ଅଭାବ ସାଙ୍ଗକୁ ରୋଗୀଙ୍କୁ ପ୍ରତିଟି କ୍ଷେତ୍ରରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର ନିତିଦିନିଆ ଘଟଣା ହୋଇଛି। ଏତିକିବେଳେ କରବାଲୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଲୋକଙ୍କ ଭରସା ରହିଥିଲା।

ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମେଡିକାଲ ଇନ୍‌ଚାର୍ଜ ସାଙ୍ଗକୁ ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଷ୍ଟାଫ୍‌ନର୍ସ, ଜଣେ ଏଏନ୍‌ଏମ୍‌ ଓ ଜଣେ ଲାବୋରେଟୋରି ଟେକ୍‌ନିସିଆନ୍‌ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଗ୍ରାମାଞ୍ଚଳର ବହୁ ରୋଗୀ ନିର୍ଭର କରୁଥିବା ବେଳେ ଗତ ଏକ ମାସ ମଧ୍ୟରେ ମେଡିକାଲ୍‌ ଇନଚାର୍ଜ ଡାକ୍ତର ପ୍ରଭୁ ପ୍ରସାଦ ପଣ୍ଡାଙ୍କୁ ଛାଡ଼ି ଅନ୍ୟ ସବୁ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି। ଶେଷରେ ଫାର୍ମାସିଷ୍ଟଙ୍କୁ ଗତ ପାଞ୍ଚଦିନ ତଳେ ଏଠାରୁ ନରେନ୍ଦ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି କରି ଦିଆଯିବା ଫଳରେ ରୋଗୀଙ୍କ ଭିଡ଼ ଦୃଷ୍ଟିରୁ ସିକ୍ୟୁରିଟି ଗାର୍ଡ଼ ଜଣକ ଫାର୍ମାସିଷ୍ଟ ଦାୟିତ୍ୱ ତୁଲାଇବାକୁ ବାଧ୍ୟ ହେଉଛନ୍ତି।

କର୍ମଚାରୀଙ୍କ ବଦଳି ସମ୍ପର୍କରେ ସ୍ପଷ୍ଟୀକରଣ ପାଇଁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ଖୁବ ଶୀଘ୍ର ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ନିୟୋଜିତ କରାଯିବ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।