ମନୋରଞ୍ଜନ

କର୍ପୂର ଉଡ଼ିଛି କନା ପଡ଼ିଛି

ହିନ୍ଦୀ ଚଳଚ୍ଚିତ୍ର ‘ଛିଛୋରେ’ ୨୦୧୯ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇ ଜାତୀୟ ପୁରସ୍କାର ପାଇବ ବୋଲି ଘୋଷଣା ସରିଛି। ଚଳଚ୍ଚିତ୍ରର ପ୍ରେମୀଯୋଡ଼ି ଭାବେ ଦେଖିବାକୁ ମିଳିଛନ୍ତି ଦିବଂଗତ ସୁଶାନ୍ତ ସିଂ ରାଜପୁତ ଓ ଶ୍ରଦ୍ଧା କପୁର। ଦୁନିଆ ଛାଡ଼ିବା ଆଗରୁ ଏହା ବୋଧେ ଥିଲା ସୁଶାନ୍ତଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର। ଯାହା ବିଶେଷକରି ଲକ୍ଷ ଲକ୍ଷ ଯୁବ ଦର୍ଶକଙ୍କୁ ମନୋରଂଜନ ଦେଇଛି।

କରୋନା ମହାମାରୀ ଭଳି ଘଡ଼ିସନ୍ଧି ପରିସ୍ଥିତି ଆସି ନ ଥିଲେ, ହୁଏତ ପ୍ରେକ୍ଷାଳୟରେ ଏଇ ଚଳଚ୍ଚିତ୍ର ଦେଖିବା ପାଇଁ ଆଜି ମଧ୍ୟ ଦର୍ଶକଙ୍କ ଭିଡ଼ ଜମୁଥାଆନ୍ତା। କଲେଜ ପଢ଼ୁଆ ଜୀବନରେ ତରୁଣ ବା ଯୁବ ବୟସର ପୁଅଝିଅଙ୍କ ପାଇଁ ଯାହା ଘଟେ, ତାହା ସାରାଜୀବନ ସ୍ମରଣୀୟ ହେଇ ରହିଯାଏ। ଏଇ ଚଳଚ୍ଚିତ୍ରଟି କଲେଜ ଜୀବନକୁ ବହୁ ଦୂରରେ ଛାଡ଼ି ଯାଇଥିବା ଏବଂ କଲେଜ କ୍ୟାମ୍ପସ୍‌ରେ ପାଦ ଦେଇଥିବା; ଉଭୟ ବୟସର ଦର୍ଶକଙ୍କୁ ପ୍ରଭାବିତ କରିଛି। ଆଜି ସିନା ସୁଶାନ୍ତ ସଶରୀରେ ନାହାନ୍ତି, ହେଲେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛିଛୋରେ’ ଦର୍ଶକଙ୍କୁ ପାଗଳ କରୁଛି। କେହି କେହି କହୁଛନ୍ତି, କପୂର ସିନା ଉଡ଼ିଯାଇଛି ହେଲେ କନା ତ ପଡ଼ି ରହିଛି!!!

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ