ଦେଶ ବିଦେଶ

କର୍ଣ୍ଣାଟକ କଂଗ୍ରେସର ନିର୍ବାଚନ ପ୍ରତିଶ୍ରୁତି ପାଳନ ବିଳମ୍ବ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଯେଉଁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ ହେବାରେ ବିଳମ୍ବ ହେଉଥିବାରୁ ଆଜି କର୍ଣ୍ଣାଟକରେ ବିଜେପି ବିଭାଗ ପକ୍ଷରୁ ଶାସକ କଂଗ୍ରେସ ବିରୋଧରେ ଆନ୍ଦୋଳନ ହୋଇଛି। ଉଭୟ ସିଦ୍ଦରମେୟା ଏବଂ ଡିକେ ଶିବକୁମାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଳମ୍ବ କରୁଥିବାରୁ ବିଜେପି କର୍ମୀମାନେ ଆନ୍ଦୋଳନ କରିଛନ୍ତି। ସେହିପରି ମନ୍ତ୍ରୀ କେ ଭେଙ୍କଟେଶଙ୍କ ମନ୍ତବ୍ୟ ବିରୋଧରେ ବିଜେପି କର୍ମୀମାନେ ଧାରଣାରେ ବସିଛନ୍ତି। କେ ଭେଙ୍କଟେଶଙ୍କ ଗୋହତ୍ୟା ନିରୋଧ ଆଇନ ଟିପ୍ପଣୀକୁ ନେଇ ବିବାଦ ହୋଇଛି। ତେବେ ବିଜେପିର ଏହି ଆନ୍ଦୋଳନକୁ ସିଦ୍ଦରମେୟା ତୀବ୍ର ନିନ୍ଦା କରିଛନ୍ତି। ସିଦ୍ଦରମେୟା କହିଛନ୍ତି, ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ଆନ୍ଦୋଳନ ପ୍ରସଙ୍ଗରେ ନୈତିକ ଅଧିକାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ସିଦ୍ଦରମେୟା କହିଛନ୍ତି, ସେମାନେ ୧୦ ଘଣ୍ଟା ବିଜୁଳି ଦେବେ ବୋଲି ପ୍ରତିଶ୍ରୁତି ଦେଇଥି‌ଲେ। ସେମାନେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜଳଶେଚନରେ ଦେଢ଼ ଲକ୍ଷ କୋଟି ଖର୍ଚ୍ଚ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୌଣସି ପ୍ରତିଶ୍ରୁତି ସେମାନେ ପୂରଣ କରିନାହାନ୍ତି। ଇତି ମଧ୍ୟରେ କର୍ଣ୍ଣାଟକ ସରକାର ଜୁଲାଇ ୧ ତାରିଖରୁ ଗୃହ ଜ୍ୟୋତି ଯୋଜନା କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଯୋଜନା ଅଧୀନରେ ଗ୍ରାହକଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ