ଅପରାଧ ଦେଶ ବିଦେଶ ରାଜନୀତି

କର୍ଣ୍ଣାଟକରେ ରାକେଶ ଟିକାୟତଙ୍କ ଉପରେ କାଳି ମାଡ, ତିନି ଅଟକ, ସାମ୍ନାକୁ ଆସିଲା ଭିଡିଓ

ବେଙ୍ଗାଲୁରୁ: କର୍ଣ୍ଣାଟକ ପହଞ୍ଚିଥିବା କୃଷକ ନେତା ରାକେଶ ଟିକାୟତ ଏବଂ ଯୁଦ୍ଧବୀର ସିଂହଙ୍କୁ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଛି। କାର୍ଯ୍ୟକ୍ରମ ସମୟରେ ଉଭୟ ନେତାଙ୍କ ଉପରେ କାଳି ମାଡ ହୋଇଛି। କୃଷକ ନେତା ଚନ୍ଦ୍ରଶେଖରଙ୍କ ସମର୍ଥକ ତାଙ୍କ ଉପରେ କାଳି ଫିଙ୍ଗିଥିବା କହିଛନ୍ତି ରାକେଶ ଟିକାୟତ। ରାଜଧାନୀ ବେଙ୍ଗାଲୁରୁରେ ଜାରି ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଘଟିଛି ଏବଂ ଏହାକୁ ନେଇ ଖୁବ୍ ହଙ୍ଗାମା ହୋଇଛି।

ହାଇ ଗ୍ରାଉଣ୍ଡ୍ସ ପୋଲିସ ଷ୍ଟେସନ ଅନୁଯାୟୀ, ଟିକାୟତଙ୍କ ଉପରେ କାଳି ମାଡ କରିଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଟିକାୟତ ଏବଂ ସିଂହ କର୍ଣ୍ଣାଟକର କୃଷକ ନେତା କୋଡିହଲ୍ଲୀ ଚନ୍ଦ୍ରଶେଖରଙ୍କ ଷ୍ଟିଙ୍ଗ ଅପରେସନ ସଂପର୍କିତ ଭିଡିଓକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଉଥିଲେ। ଏହି ଷ୍ଟିଙ୍ଗ ଅପରେସନ ଏକ ଚ୍ୟାନେଲ ଦ୍ଵାରା କରାଯାଇଥିଲା, ଯେଉଁଥିରେ କୋଡିହଲ୍ଲୀ ଟଙ୍କା ଦାବି କରୁଥିବା ଦେଖିବାକୁ ମିଳିଥିଲା।

ସାମ୍ବାଦିକ ସମ୍ମିଳନୀରେ ଦୁଇ ନେତା କହିଛନ୍ତି ଯେ, ଷ୍ଟିଙ୍ଗ ଅପରେସନରେ ସେମାନଙ୍କର କୌଣସି ସଂପୃକ୍ତି ନାହିଁ। କୃଷକ ନେତା କୋଡିହଲ୍ଲୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ସାମ୍ବାଦିକଙ୍କ ସହ ପ୍ରଶ୍ନ ଉତ୍ତର ସମୟରେ କିଛି ଲୋକ ତାଙ୍କ ଉପରକୁ କାଳି ମାଡ କରିଥିଲେ। ତାଙ୍କ ଉପରେ କାଳି ମାଡି ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଟିକାୟତ। ସ୍ଥାନୀୟ ପୋଲିସ ପକ୍ଷରୁ ତାଙ୍କୁ କୌଣସି ସୁରକ୍ଷା ଦିଆଯାଇ ନାହିଁ। ଏହା ସବୁ ସରକାରଙ୍କ ଇସାରାରେ ହୋଇଥିବା ଟିକାୟତ କହିଛନ୍ତି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର