ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କର୍ଣ୍ଣାଟକରେ କ’ଣ କରୁଛି ଗୋଆରୁ ଆସିଥିବା ବସ୍: ସତର୍କ କରାଇଲା କଂଗ୍ରେସ

ବେଙ୍ଗାଲୁରୁ: ଆଜି କର୍ଣ୍ଣଟକ ବିଧାନସଭା ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହେବାର କଛି ସମୟ ପୂର୍ବରୁ ରାଜ୍ୟର ଉତ୍ତର ପ୍ରାନ୍ତରେ ଗୋଆର କେତେକ ବସ୍‌ ଦେଖିବା ପରେ କଂଗ୍ରେସ ସମସ୍ତଙ୍କୁ ସତର୍କ କରାଇଛି।

ଉକ୍ତ ବସ୍‌ଗୁଡ଼ିକର ଭିଡିଓ ସେୟାର୍‌ କରି କଂଗ୍ରେସ ପଚାରିଛି, କ’ଣ ବେଆଇନ୍‌ ଅର୍ଥ ପରିବହନ କରାଯାଉଛି ନା, ମିଥ୍ୟା ଭୋଟ୍‌ ପାଇଁ ଯୋଜନା?

ଭୋଟ୍‌ ଗ୍ରହଣର ବହୁ ଆଗରୁ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା ମଧ୍ୟ ଗୋଟାଏ ‘ରିସର୍ଟ’ ସମ୍ପୃକ୍ତି କଥା ଉଲ୍ଲେଖ କରିଥିଲେ। ସେ ପଚାରିଛନ୍ତି, ଡାଣ୍ଡେଲିସ୍ଥିତ ‘ୱିସିଲିଙ୍ଗ୍‌ ଉଡ୍‌ସ୍‌ ଜଙ୍ଗଲ୍‌ ରିସର୍ଟ’ରେ ଗୋଆ ମନ୍ତ୍ରୀ ବିଶ୍ବଜିତ ରାଣେ ୬ଟି ରୁମ୍‌ ବୁକ୍‌ କରିଛନ୍ତି କି?

Image Courtesy of The Munsif Daily

ଏଥର ରିସର୍ଟ ରାଜନୀତି ଶୀଘ୍ର ପ୍ରବେଶ କରିଛି ବୋଲି ସୂଚନା ଦେଇ ସୂର୍ଯ୍ୟେୱାଲା ଟୁଇଟ୍‌ କରି ସୂଚନା ଦେଇ ପଚାରିଛନ୍ତି, କର୍ଣ୍ଣାଟକ ପୁଲିସ କୁଆଡ଼େ ଗଲେ? ଭାରତର ନିର୍ବାଚନ କମିସନ୍‌ କ’ଣ ପଦ‌କ୍ଷେପ ଗ୍ରହଣ କରିବ?

ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ପ୍ରଚାର ଅଭିଯାନ ଅତି ପ୍ରବଳ ଥିବା ବେଳେ ‘ଓପିନିୟନ୍‌ ପୋଲ୍‌’ କଂଗ୍ରେସ ସପକ୍ଷରେ ଯାଇଛି। ଏହାଛଡ଼ା, ବିଭିନ୍ନ ମତ ମନ୍ତବ୍ୟକୁ ନେଇ ଉଭୟ ‘ବିଜେପି’ ଓ ‘କଂଗ୍ରେସ’ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ତିକ୍ତତର ହୋଇଛି। କ୍ଷମତାକୁ ଆସିଲେ, କଂଗ୍ରେସ କର୍ଣ୍ଣାଟକରେ ‘ବଜରଙ୍ଗ ଦଳ’କୁ ନି‌ଷିଦ୍ଧ କରିବ ବୋଲି ‘ଇସ୍ତାହାର’ରେ ପ୍ରତିଶ୍ରୁତି ଦେଇଥିବା ବ‌େଳେ ଭୋଟ୍‌ ଦେବା ବେଳେ ‘ବଜରଙ୍ଗ ବଳୀ’ଙ୍କୁ (ହନୁମାନ) ସ୍ମରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକର ‌ଭୋଟର୍‌ମାନଙ୍କୁ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ