ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ସଂକ୍ରମଣ: ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ, ସ୍ଥିତି ସମୀକ୍ଷା କଲା କେନ୍ଦ୍ର

ନୂଆଦିଲ୍ଲୀ: ଚୀନ ସରକାର ଶୂନ୍ୟ କୋଭିଡ ନୀତିରେ ପରିବର୍ତ୍ତନ ଆଣିବା ସହିତ ଲକଡାଉନକୁ ହଟାଇ ଦେବା ପରେ ପରିସ୍ଥିତି ଅସମ୍ଭାଳ ହୋଇଛି। ସେଠାରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ିଚାଲିଛି। ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ପାଇଁ ଏବଂ ଶ୍ମଶାନରେ ଶବ ସତ୍କାର ପାଇଁ ଜାଗା ମିଳୁନାହିଁ। ଆସନ୍ତା ୩ ମାସ ମଧ୍ୟରେ ଚୀନରେ ବହୁତ ବଡ଼ ଲହର ଦେଖିବାକୁ ମିଳିବ ଏବଂ ୬୦ ପ୍ରତିଶତରୁ ଅଧିକ ଲୋକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏଭଳି ସ୍ଥିତିରେ ଭାରତରେ କରୋନା ସଂକ୍ରମଣକୁ ରୋକିବା ଲାଗି ପ୍ରସ୍ତୁତି କିଭଳି ରହିଛି ତାହାର ସମୀକ୍ଷା ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କରିଛନ୍ତି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏବଂ ଜୈବପ୍ରଯୁକ୍ତି ବିଭାଗର ଅଧିକାରୀ ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ମାଣ୍ଡଭୀୟ ଉକ୍ତ ବୈଠକ କରିଛନ୍ତି।

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି କୋଭିଡ ମହାମାରୀ ବର୍ତ୍ତମାନ ପର୍ଯ୍ୟନ୍ତ ଯାଇନାହିଁ। ତେଣୁ ଉକ୍ତ ରୋଗ ନିୟନ୍ତ୍ରଣ ଏବଂ ମୁକାବିଲା କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିମାନଙ୍କୁ ସତର୍କ ରହିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିବା ଲାଗି କୁହାଯାଇଛି। ବୈଠକ ପରେ ନିତି ଆୟୋଗ ସଦସ୍ୟ ଡ ଭିକେ ପଲ୍ ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଘର ଭିତରେ ହେଉ କିମ୍ବା ବାହାରେ ସବୁ ପ୍ରକାର ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି। କରୋନା ପଜିଟିଭି ରୋଗୀଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପରୀକ୍ଷାଗାରକୁ ପଠାଇବା ଲାଗି ଗତକାଲି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁମାନେ ବୁଷ୍ଟର ଡୋଜ ନେଇନାହାନ୍ତି ସେମାନେ ତାହା ନେଇଯିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କାକୁ ଦେଖି ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖିଛନ୍ତି। ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଲୋକମାନଙ୍କୁ କରୋନା ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ କୁହାଯାଇଛି। ଏହା ସହିତ କେବଳ ଟିକା ନେଇଥିବା ବ୍ୟକ୍ତିଙ୍କୁ ହିଁ ଯାତ୍ରାରେ ଅନୁମତି ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପାୱାର, ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ବୈଜ୍ଞାନିକ ନିବେଦିତା ଗୁପ୍ତା, ଏନସିଡିସିର ନିର୍ଦ୍ଦେଶ ଅତୁଲ ଗୋୟଲ ଏବଂ ଜୈବପ୍ରଯୁକ୍ତି ବିଭାଗର ସଚିବ ରାଜେଶ ଗୋଖଲେ ପ୍ରମୁଖ ଉପସ୍ଥିତ ଥିଲେ।

ମହାରାଷ୍ଟ୍ରରେ ଟାସ୍କ ଫୋର୍ସ, ୟୁପିରେ ଟେଷ୍ଟିଂ, କର୍ଣ୍ଣାଟକରେ ସ୍କ୍ରିନିଂ
ନୂଆଦିଲ୍ଲୀ, ୨୧/୧୨: ଚୀନ୍‌ରେ କରୋନା ସଂକ୍ରମଣ ଭୟାନକ ରୂପ ନେବା ପରେ ଭାରତର ବିଭିନ୍ନ ରାଜ୍ୟରେ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ମହାରାଷ୍ଟ୍ର ସରକାର ଏକ ଟାସ୍କଫୋର୍ସ ଗଠନ ଘୋଷଣା କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଜିଟିଭ ନମୁନାର ଜିନୋମ ସିକ୍ବେନ୍ସିଂ କରିବା ଏବଂ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଟେଷ୍ଟିଂ ଉପରେ ଗୁରୁତ୍ବାରୋପ କରିଛନ୍ତି। ପଶ୍ଚିମବଂଗ ସରକାର ସତର୍କତା ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୟୁପି ସରକାର ସତର୍କତା ପଦକ୍ଷେପ ବଢ଼ାଇଛନ୍ତି। ଏୟାରପୋର୍ଟଗୁଡ଼ିକରେ ବିଦେଶରୁ ଫେରିଥିବା ଯାତ୍ରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଉଛି। ସଂକ୍ରମଣ ପ୍ରଭାବିତ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ ଯାଞ୍ଚ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି କର୍ଣ୍ଣାଟକ ସରକାର ମଧ୍ୟ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ