ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ: ଖବର ପାଇ ଖୁସିରେ ଝୁମି ଉଠିଲେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ

ୱେଲିଙ୍ଗଟନ ୧୪/୧୨ : କରୋନା ଭାଇରସ ବିଶ୍ୱର ଅନେକ ଦେଶକୁ କବଳିତ କରିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି। ନ୍ୟୁଜିଲ୍ୟାଣ୍ଡରେ କରୋନାର ଗୋଟିଏ ବି ଆକ୍ଟିଭ ମାମଲା ନାହିଁ। ସରକାର କରୋନା ସମ୍ବନ୍ଧୀୟ ସମସ୍ତ କଟକଣା ହଟାଇ ଦେଇଛନ୍ତି। ସରକାର ନୂଆ ଆଡ଼ଭାଇଜାରୀ ଜାରି କରିଛନ୍ତି। ନୂଆ ନିୟମ ଅନୁସାରେ ନ୍ୟୁଜିଲ୍ୟାଣ୍ଡରେ ଲୋକଙ୍କୁ ଏକାଠି ହେବାରେ କୌଣସି ପ୍ରତିବନ୍ଧକ ନାହିଁ। ସାମାଜିକ ଦୂରତାର ମଧ୍ୟ ଆବଶ୍ୟକତା ନାହିଁ। ଦେଶ ବର୍ତ୍ତମାନ ସତର୍କତା ଲେଭଲ-୧ ରେ ପହଞ୍ଚି ଯାଇଛି, ଯାହା ଆଲର୍ଟ ସିଷ୍ଟମରେ ସବୁଠାରୁ ତଳ ସ୍ଥର। ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ କହିଛନ୍ତି ଯେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଦେଶ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି ସେ ଖୁସିରେ ନାଚି ଉଠିଲେ। ସେ କହିଛନ୍ତି, କାମ ଏବେ ଯାଏଁ ସରିନି କିନ୍ତୁ ଏହା ଏକ ଉତ୍ତମ ଉପଲବ୍ଧି। ସେ ଜନତାଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ନ୍ୟୁଜିଲ୍ୟାଣ୍ଡରେ ମାର୍ଚ୍ଚ ୨୫ ତାରିଖରେ ଲକଡାଉନ ଲାଗୁ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସବୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି। ବର୍ତ୍ତମାନ ନୂଆ ନିୟମ ଲାଗୁ କରାଯାଇଛି। ନୂଆ ନିୟମ ଅନୁସାରେ ବିଦେଶୀଙ୍କୁ ନ୍ୟୁଜିଲ୍ୟାଣ୍ଡକୁ ଆସିବାକୁ ଅନୁମତି ନାହିଁ। ପାଖାପାଖି ଦୁଇ ସପ୍ତାହ ହେଲା କରୋନାର କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ।

ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ କହିଛନ୍ତି ଯେ ଦେଶ ବର୍ତ୍ତମାନ ସୁରକ୍ଷିତ ଏବଂ ମଜବୁତ ସ୍ଥିତିରେ ଅଛି। ବର୍ତ୍ତମାନ ତାଙ୍କର ପୁରା ଫୋକସ ସ୍ୱାସ୍ଥ୍ୟ ପ୍ରଣାଳୀ ଓ ଦେଶର ଆର୍ଥିକ ବିକାଶ ଉପରେ ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, କରୋନା ବିରୋଧରେ ଦୃଢ ପଦକ୍ଷେପ ନେବା ଏବଂ ଭାଇରସ ଉପରେ ନିୟନ୍ତ୍ରଣ ରକ୍ଷା କରିବା ଯୋଗୁଁ ଜେସିଣ୍ଡା ନିର୍ବାଚନରେ ବହୁମତ ହାସଲ କରି ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଜନ୍ସ ହପକିନ୍ସ ୟୁନିଭର୍ସିଟି ସୂଚନା ଅନୁଯାୟୀ, ବିଶ୍ୱ ସ୍ଥରରେ କରୋନା ମାମଲା ୭.୨୨ କୋଟିରୁ ଅଧିକ ହୋଇଛି। କରୋନା ମୃତ୍ୟୁ ସଂଖ୍ୟା ୧୬.୧ ଲକ୍ଷରୁ ଅଧିକ ହେଲାଣି। ସୋମବାର ଦିନ ୟୁନିଭର୍ସିଟିର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ନିଜର ନୂଆ ଅପଡେଟରେ ଖୁଲାସା କରିଛି ଯେ ବର୍ତ୍ତମାନ ସୁଦ୍ଧା ଦୁନିଆରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୨,୨୦୧,୭୧୬ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୬୧୧,୭୫୮ରେ ପହଞ୍ଚିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ