ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କରୋନା ମୁକାବିଲା: ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ପାଇଁ ୨୮୯.୪୨ କୋଟିର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ କ୍ଷେତ୍ର ପାଇଁ ୧୮୯.୪୨ କୋଟି ଟଙ୍କାର ଏକ ପ୍ୟାକେଜକୁ ଆଜି (ମଙ୍ଗଳବାର) ଅନୁମୋଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ୟାକେଜରେ ଅନେକଗୁଡ଼ିଏ ସହାୟତା ପଦକ୍ଷେପ ଅନ୍ତର୍ଭୁକ୍ତ କରାଯାଇଛି। ଯେପରିକି ସୁଧ ସବଭେନ୍‌ସନ୍‌, ଟପ୍‌ ଅପ୍‌ ସବସିଡି, ରାଜ୍ୟ ଜିଏସ୍‌ଟିର ଫେରସ୍ତ ଏବଂ ବାର୍ଷିକ ଅନୁଷ୍ଠାନ ରକ୍ଷଣାବେକ୍ଷଣ ଦେୟ ଛାଡ ଇତ୍ୟାଦି।

କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟ ଅପ୍ରତ୍ୟାଶିତ ଆହ୍ଵାନରୁ ମୁକ୍ତି ପାଇବା ପାଇଁ ଏହା ରାଜ୍ୟର ଏମଏସଏମଇ କ୍ଷେତ୍ରରେ ବିଭିନ୍ନ ଉଦ୍ୟୋଗୀ, ମୁଖ୍ୟତଃ ମହିଳା ଏବଂ ସମାଜର ଦୁର୍ବଳ ବର୍ଗକୁ ସହାୟତା ଯୋଗାଇ ଦେବାକୁ ଏହି ପ୍ୟାକେଜ୍‌ରେ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ୧୭୦୦୦୦ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ଉପକୃତ ହେବେ।

ଏହି ନୂତନ ପ୍ୟାକେଜ୍‌ ଅନୁଯାୟୀ, ଜରୁରୀକାଳୀନ କ୍ରେଡିଟ୍‌ ଲାଇନ୍‌ ଗ୍ୟାରେଣ୍ଟି ସ୍କିମ୍‌ ଅନ୍ତର୍ଗତ ସରକାର ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ ଏକ ସୁଧ ସବଭେନ୍‌ସନ୍‌ ପ୍ରଦାନ କରିବେ। ଏହି ପ୍ୟାକେଜ୍‌ରେ ସରକାର ପ୍ରଥମ ପର୍ଯ୍ୟାୟରେ ୧୦୮.୨୯ କୋଟି ରିଲିଜ୍‌ କରିଛନ୍ତି। ଏହି ଅର୍ଥ ମଧ୍ୟରୁ ୪୦ ପ୍ରତିଶତ ଯୋଗ୍ୟ ମହିଳାଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଏମ୍‌ଏସ୍‌ଏମ୍‌ଇ ଚଳାଉଛନ୍ତି।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପିଏମ୍‌ଇଜିପି ଅଧୀନରେ, ଦୁର୍ବଳ ବର୍ଗଙ୍କ ପାଇଁ ଟପ୍‌-ଅପ୍‌ ସବସିଡି ର୍ନିଦ୍ଦିଷ୍ଟ ନିୟମ ଅନୁଯାୟୀ ପ୍ରୋତ୍ସାହକଙ୍କ ଅବଦାନ ଭାବରେ ୫ ପ୍ରତିଶତ ପ୍ରଦାନ କରାଯିବ। ଏଥିପାଇଁ ୨୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ମହାମାରୀ ସଙ୍କଟକୁ ସାମ୍ନା କରିବାରେ ଏହା ଦୁର୍ବଳ ବିଭାଗ (ଏସସି/ ଏସଟି/ ଓବିସି/ ସଂଖ୍ୟାଲଘୁ ସମ୍ପ୍ରଦାୟ/ ମହିଳା/ ଦିବ୍ୟାଙ୍ଗ/ ପୂର୍ବତନ ସେନା କର୍ମଚାରୀ)ମାନଙ୍କୁ ଉପାୟରେ ସାହାଯ୍ୟ କରିବ।
ପିଏମ୍‌ଏଫ୍‌ଏମ୍‌ଇ ଅଧୀନରେ କାର୍ଯ୍ୟ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ପାଇଁ, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା, ୬୦:୪୦ ଆଧାରରେ, ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧୦୦୦ ୟୁନିଟ୍‌କୁ ୧୫% ଅତିରିକ୍ତ ଟପ୍‌ ଅପ୍‌ ସବସିଡି ଦିଆଯିବ। ଏହି ଯୋଜନା ଅଧୀନରେ ଟପ୍‌ ଅପ୍‌ ସବସିଡି ପାଇଁ ୧୦ କୋଟି ଟଙ୍କା ଦିଆଯିବ।

ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା କୋଭିଡ୍‌-୧୯ ସହାୟତା ପ୍ୟାକେଜ୍‌ (ସିଏପି) ହେଉଛି ଅନ୍ୟ ଏକ ସହାୟତା ବ୍ୟବସ୍ଥା ଯାହା ନାନୋ ଏବଂ ମାଇକ୍ରୋ ଏଣ୍ଟରପ୍ରାଇଜେସ୍‌ ପାଇଁ ସହାୟକ ହେବ। ଏଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମାଧ୍ୟମରେ ୧୦୦ କୋଟି ଉପଲବ୍ଧ ହେବ।

ନିକଟରେ ରାଜ୍ୟ କ୍ୟାବିନେଟ ଦ୍ୱାରା ଅନୁମୋଦିତ ସଂଶୋଧିତ ଆଇପିଆର ଅନୁଯାୟୀ, ଜୁଲାଇ ୧, ୨୦୧୭ରୁ ମାର୍ଚ୍ଚ ୩୧, ୨୦୨୦ ପର୍ଯ୍ୟନ୍ତ ୧୭୫ଟି ଉଦ୍ୟୋଗ ରାଜ୍ୟ ଜିଏସ୍‌ଟି ଫେରସ୍ତ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ୩୮.୩୦ କୋଟି ବଣ୍ଟନ କରାଯିବ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର