ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

କରୋନା ମୁକାବିଲାରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର ! ମୋଦିଙ୍କ ନିକଟକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ପଠାଇବ କଂଗ୍ରେସ୍

ନୂଆଦିଲ୍ଲୀ ୧୭।୪: ଦେଶରେ କରୋନା ବିସ୍ଫୋରଣକୁ ଦେଖି କଂଗ୍ରେସର ଶୀର୍ଷ ନୀତି ନିର୍ଦ୍ଧାରକ କଂଗ୍ରେସ୍ ୱାର୍କିଂ କମିଟି ( ସିଡବ୍ଲୁସି)ଙ୍କ ଜରୁରି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କରୋନା ଯୋଗୁ ଉପୁଜିଥିବା ପରିସ୍ଥିତିର ବିସ୍ତୃତ ଆଲୋଚନା କରାଯାଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଇଥିବା ପରାମର୍ଶକୁ କଂଗ୍ରେସ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବାକୁ ନିଷ୍ପତ୍ତି ନେଇଛି।

ବୈଠକକୁ ନେଇ ଏଆଇସିସି ପକ୍ଷରୁ ଜାରି ବିବୃତ୍ତିରେ କେନ୍ଦ୍ର ସରକାର ଦେଶରେ କରୋନା ଭାଇରସ ମହାମାରୀ ମୁକାବିଲାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସିଡବ୍ଲୁସି କହିଛନ୍ତି। ଭାରତରେ କୋଭିଡ-୧୯ର ପ୍ରଥମ ମାମଲା ୩୦ ଜାନୁୟାରୀ ୨୦୨୦ରେ ସାମ୍ନାକୁ ଆସିଥିଲା। ଦେଶରେ ପ୍ରଥମ କୋଭିଡ ନିରେଧୀ ଟିକାକରଣ ୧୬ ଜାନୁୟାରୀ ୨୦୨୧ରେ ହୋଇଥିଲା। । ତେବେ ଏହି ଦୁଇ ତାରିଖ ମଧ୍ୟବର୍ତ୍ତି ଓ ପରବର୍ତ୍ତି ପରିସ୍ଥିତି ଗୁରୁତର କୁପରିଚଳନାକୁ ସ୍ପଷ୍ଟ କରୁଥିବା ସିଡବ୍ଲୁସି କହିଛନ୍ତି।

ଦେଶରେ କରୋନା ସଂକ୍ରମଣର ପ୍ରଥମ ଦିନରୁ କେନ୍ଦ୍ର ସରକାର ମହାମାରୀ ନିୟନ୍ତ୍ରଣ ସମ୍ପର୍କିତ ସମସ୍ତ କ୍ଷମତା ନିଜହାତକୁ ନେଇଯାଇଥିଲେ। ସେହି ଅନୁସାରେ ମହମାରୀ ଅଧିନିୟମ ଓ ବିପର୍ଯ୍ୟୟ ପରିଚାଳନା ଅଧିନିୟମରେ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଆଦେଶ ଓ ନିର୍ଦ୍ଦେଶ ଆଇନରେ ରୂପାନ୍ତରିତ ହୋଇଥିଲା। ଏଣୁ ରାଜ୍ୟ ସରକାରମାନେ ପ୍ରଶାସନ ଉପରେ ସେମାନଙ୍କର ଅଧିକାର ହରାଇଥିବା ବେଳେ ଏହାର ଉପଯୋଗ ଅଧିକାର ମଧ୍ୟ ରହି ନଥିଲା ବୋଲି ସିଡବ୍ଲୁସି କହିଛନ୍ତି।

ତେବେ ଦେଶରେ ସଂକ୍ରମଣର ମୁକାବିଲା ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସିଡବ୍ଲୁସି ଉପଯୁକ୍ତ ବୋଲି କହିଛନ୍ତି। କାରଣ ସେତେବେଳେ ଏହାର କୌଣସି ଉପଚାର ଅଥବା ନିୟନ୍ତ୍ରଣ ଲାଗି ଟିକା ନଥିଲା। ଏଣୁ ସରକାର ହାତକୁ ନେଇଥିବା କାର୍ଯ୍ୟକ୍ରମ ହିଁ ଏକମାତ୍ର ବିକଳ୍ପ ଥିଲା। ସେଥିଲାଗି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟର ଆବଶ୍ୟକତା ଥିଲା। ହେଲେବି ଏ ଦିଗରେ କେନ୍ଦ୍ରସରକାରଙ୍କ ପ୍ରୟାସ ପର୍ଯ୍ୟାପ୍ତ ନଥିଲା ବୋଲି ସିଡବ୍ଲୁସି କହିଛନ୍ତି। ଭୂତାଣୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଫଳରେ ହ୍ରାସ ହେଉଥିବା ମହାମାରୀ ଏବେ ଦ୍ୱିତୀୟ ଲହରର ସୂଚକ ହୋଇପାରେ ବୋଲି ସିଡବ୍ଲୁସି କହିଛନ୍ତି। ଯାହା ପୂର୍ବ ସଂକ୍ରମଣ ତୁଳନାରେ ଅଧିକ ଭୟାନକ ହେବା ସହ ଘାତକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଟିକାକରଣର ପ୍ରଥମ ପର୍ଯ୍ୟାୟରେ ଆଗଧାଡିର କର୍ମଚାରୀଙ୍କ ଟିକାକରଣ ହୋଇଥିଲା। ତେବେ ପରବର୍ତ୍ତି ସାର୍ବଜନିକ ଟିକାକରଣରେ ସରକାର ବିଫଳ ହୋଇଛନ୍ତି। ସେହିପରି ଟିକାକରଣ କ୍ରିୟାନ୍ୱୟନ ରାଜ୍ୟସରକାର , ସରକାରୀ ଅଥବା ଘରୋଇ ହସ୍ପିଟାଲକୁ ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି। ଭାରତରେ ଟିକା ଥାଇ ମଧ୍ୟ ସରକାର ଜରୁରିକାଳୀନ ଉପଯୋଗ ମଞ୍ଜୁରୀ ପ୍ରଦାନରେ ବିଳମ୍ବ କରିଥିଲେ। ପିଏମ କେୟାର ଫଣ୍ଡରେ କୋଟି କୋଟି ଟଙ୍କା ଜମା ଥିବା ସତ୍ତ୍ୱେ ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ମଞ୍ଜୁରୀରେ କେନ୍ଦ୍ର ସରକାର ଦେଇ ନାହାନ୍ତି। ଯେ ପର୍ଯ୍ୟନ୍ତ ସରକାର ତତ୍କାଳ ସୁଧାରାତ୍ମକ କାର୍ଯ୍ୟକ୍ରମ ହାତକୁ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଦେଶକୁ ଅଭୂତପୂର୍ବ ବିନାଶର ସମ୍ମୁଖୀନ ହେବାକୁ ପଡୁଥିବ ବୋଲି ସିଡବ୍ଲୁସି କହିଛନ୍ତି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର