ମନୋରଞ୍ଜନ

କରୋନା ନେଗେଟିଭ୍ ହେଲେ କଙ୍ଗନା ରଣାୱତ, କହିଲେ- ଭାଇରସକୁ ହରାଇଲି କିପରି କହିବି ନାହିଁ

ନୂଆଦିଲ୍ଲୀ ୧୮/୦୫: କଙ୍ଗନା ରାଣାୱତଙ୍କ କରୋନା ଟେଷ୍ଟ ନେଗେଟିଭ୍ ଆସିଛି । ସେ ଏହି ସୂଚନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। କଙ୍ଗନା ଏହା ମଧ୍ୟ କହିଛନ୍ତି ଯେ ଏହି ରୋଗରୁ କିପରି ରକ୍ଷା ପାଇବେ ସେ ବିଷୟରେ ତାଙ୍କର ଅନେକ ଟିପ୍ସ ଅଛି କିନ୍ତୁ ସେ ଲୋକମାନଙ୍କୁ ଏହା ବିଷୟରେ କହିବେ ନାହିଁ। କଙ୍ଗନା ମେ ୮ରେ କରୋନା ପଜିଟିଭ୍ ହେବାର ସୂଚନା ଦେଇଥିଲେ।

କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ଆଜି ମୁଁ କୋଭିଡ ନେଗେଟିଭ୍ ହୋଇଗଲି । ମୁଁ କିପରି ଭାଇରସକୁ ହରାଇଲି ସେ ବିଷୟରେ ବହୁତ କିଛି କହିବାକୁ ଚାହେଁ କିନ୍ତୁ ମୋତେ କୋଭିଡ ଫ୍ୟାନ୍ କ୍ଲବକୁ ଆଘାତ ନକରିବାକୁ କୁହାଯାଇଛି … ହଁ ଭାଇରସ ପ୍ରତି ଟିକେ ଅସମ୍ମାନ ଦେଖାଇଲେ, କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରକୃତରେ ଆଘାତ ପାଆନ୍ତି । ଆପଣଙ୍କ ଭଲପାଇବା ଏବଂ ଶୁଭକାମନା ପାଇଁ ଧନ୍ୟବାଦ ।

କଙ୍ଗନା ରାଣାୱତ ତାଙ୍କ କୋଭିଡ ପଜିଟିଭ ବିଷୟରେ ମେ ୮ରେ ସୂଚନା ଦେଇଥିଲେ। ସେ ଧ୍ୟାନ କରୁଥିବା ମୁଦ୍ରାରେ ନିଜର ଫଟୋ ପୋଷ୍ଟ କରିଥିଲେ । ଏହା ସହିତ ମେସେଜ ମଧ୍ୟ ଲେଖିଥିଲେ । ତେବେ ଇନଷ୍ଟାଗ୍ରାମ ଦ୍ୱାରା କଙ୍ଗନାଙ୍କ ସେହି ପୋଷ୍ଟକୁ ହଟାଇ ଦିଆଯାଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ