ମନୋରଞ୍ଜନ

କରୋନା କାଳରେ ସହାୟତାର ହାତ ବଢାଇଲେ ଆଉ ଜଣେ ଅଭିନେତା: ନିଜ ବାଇକ୍ ବିକି ଲୋକଙ୍କୁ କରିବେ ସାହାଯ୍ୟ

ମୁମ୍ବାଇ ୦୨/୦୫ : ଦେଶରେ କରୋନା ମହାମାରୀ ସ୍ଥିତି ବେଲଗାମ ହୋଇଗଲାଣି। ଏହି ସ୍ଥିତିକୁ ଦେଖି ପ୍ରତ୍ୟେକ ବ୍ୟକ୍ତି ନିଜ ତରଫରୁ କିଛି ଯୋଗଦାନ କରିବାକୁ ଚାହୁଁଛନ୍ତି। ବିଶେଷକରି ସେଲିବ୍ରିଟି ଏହି ସଙ୍କଟ ସମୟରେ ସହାୟତାର ହାତ ବଢାଉଛନ୍ତି। ବଲିଉଡ ସେଲିବ୍ରିଟି ନିଜ ସ୍ଥରରୁ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଏହି ତାଲିକାରେ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କ ନାଁ ଯୋଡି ହୋଇଯାଇଛି।


ଅଭିନେତା ହର୍ଷବର୍ଦ୍ଧନ ଅକ୍ସିଜେନ କଷ୍ଚ୍ରେଟର କିଣିବାକୁ ନିଜ ବାଇକ ବିକିଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ଅକ୍ସିଜେନ କଷ୍ଚ୍ରେଟର ବଦଳରେ ମୋ ବାଇକ ବିକ୍ରି କରୁଛି. ହାଇଦ୍ରାବାଦରେ ମୋତେ ଭଲ କଷ୍ଚ୍ରେଟର ଖୋଜିବାରେ ସାହାଯ୍ୟ କରନ୍ତୁ।’ ହର୍ଷବର୍ଦ୍ଧନଙ୍କ ଛଡା ଅନେକ ସେଲିବ୍ରିଟି ନିଜ ନିଜ ସୋସିଆଲ ମିଡ଼ିଆ ପେଜ ସାହାଯ୍ୟରେ ଲୋକଙ୍କୁ ସହାୟତା କରୁଛନ୍ତି


କରୋନା ସ୍ଥିତି ଦେଖି ଲୋକପ୍ରିୟ ଓ ବରିଷ୍ଠ ଗାୟିକା ଲତା ମଙ୍ଗେସକର ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୭ ଲକ୍ଷ ଟଙ୍କା ଯୋଗଦାନ କରିଛନ୍ତି। ଲତା ମଙ୍ଗେସକରଙ୍କ ଏହି ପଦକ୍ଷେପକୁ ଲୋକେ ଖୁବ ପ୍ରଶଂସା କରିଛନ୍ତି।

ବଲିଉଡର ଅନେକ କଳାକାର କରୋନା ବିରୋଧରେ ସଂଗ୍ରାମ କରିବାକୁ ଏକଜୁଟ ହୋଇଛନ୍ତି. ଅଭିନେତା ସୋନୁ ସୁଦ, ଭୂମି ପେଡନେକର, ସଲମାନ ଖାନ, ରବିନା ଟଣ୍ଡନ, ଗୁରମୀତ ଚୌଧୁରୀ, ହର୍ଷବର୍ଦ୍ଧନ ରାଣେ, ପଙ୍କଜ ତ୍ରିପାଠୀ, ବିନୀତ ସିଂହଙ୍କ ସମେତ ଅନେକ କଳାକାର କରୋନା ବିରୋଧରେ ଲଢ଼ିବାକୁ ଓ ଲୋକଙ୍କୁ ସାହାଯ୍ୟ କରିବାକୁ ମଇଦାନକୁ ଓହ୍ଲାଇଛନ୍ତି। ଆର୍ଥିକ ସହାୟତା ଛଡା କଳାକାର ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ