ଖେଳ ଦେଶ ବିଦେଶ ରାଜ୍ୟ

କରୋନା କଟକଣା ସତ୍ତ୍ବେ ପୂର୍ବନିର୍ଦ୍ଧାରିତ ୬ଟି ସହରରେ ହିଁ ଆଇପିଏଲ ଖେଳାଯିବ

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣର ୨ୟ ଲହରୀ ଦେଖାଦେଇଥିବାରୁ ଆଇପିଏଲ ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି ମୁମ୍ବାଇରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଦେଖାଦେଇଥିବାରୁ ସେଠାରେ ଆଇପିଏଲ କିପରି ଆୟୋଜନ ହେବ ତାହାକୁ ବିସିସିଆଇ ପାଇଁ ଚିନ୍ତାର ବିଷୟ ହୋଇଛି ।

ତେବେ କରୋନା ମହାମାରୀ ସତ୍ତ୍ବେ ପୂର୍ବରୁ ସ୍ଥିର ହୋଇଥିବା ୬ଟି ସହରରେ ଆଇପିଏଲ ମ୍ୟାଚ ଖେଳାଯିବ । ପୂର୍ବ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନଥିବା ବିସିସିଆଇ ସୁତ୍ରରୁ ଜଣାପଡ଼ିଛି । ଏହି ୬ଟି ସହର ହେଲେ ମୁମ୍ବାଇ, ଚେନ୍ନାଇ, ଅହମଦାବାଦ, ବାଙ୍ଗାଲୁରୁ, ଦିଲ୍ଲୀ ଓ କୋଲକତା । ତେବେ କରୋନା କଟକଣା ଦୃଷ୍ଟିରୁ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳ ହେବ । କେବଳ ସିଧାପ୍ରସାରଣ ମାଧ୍ୟମରେ ଦର୍ଶକମାନେ ଟେଲିଭିଜନରେ ଖେଳ ଦେଖିପାରିବେ ।

ଗତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ ସ୍ବାଭାବିକ ସମୟରେ ହୋଇପାରିନଥିଲା । ପରେ ସେପ୍ଟେମ୍ବର ମାସରେ ଆଇପିଏଲ ଦୁବାଇରେ ଖେଳାଯାଇଥିଲା ।

ସେପଟେ ପୂର୍ବତନ ଭାରତୀୟ ଖେଳାଳୀ ତଥା ମୁମ୍ବାଇ ଇଣ୍ଡିଆନ୍ସର ସ୍କାଉଟ ଓ ପରାମର୍ଶଦାତା କିରନ ମୋରେ କରୋନା ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ କରୋନା ଆକ୍ରାନ୍ତ ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ