ଖେଳ

କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ

ନୂଆଦିଲ୍ଲୀ ୬।୫: ପୂର୍ବତନ ରଣଜୀ କ୍ରିକେଟର ବିବେକ ଯାଦବଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ କର୍କଟ ରୋଗ ସହ ସଂଗ୍ରାମ କରୁଥିଲେ । କିଛି ଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାପରେ ବିବେକଙ୍କୁ ଜୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଛି । ବିବେକ ରାଜସ୍ଥାନ ପାଇଁ ମଧ୍ୟ ଖେଳିସାରିଛନ୍ତି । ଘରେ ବିବେକଙ୍କର ସ୍ତ୍ରୀ ଏବଂ ଝିଅ ଅଛନ୍ତି ।

ତାଙ୍କ ବନ୍ଧୁ ତଥା ରାଜସ୍ଥାନର ପୂର୍ବତନ କ୍ରିକେଟର ରୋହିତ ଜାଲାନି କହିଛନ୍ତି ଯେ, ସେ କିଛି ବର୍ଷ ପୂର୍ବେ ପେଟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ମାତ୍ର ସେ ସୁସ୍ଥ ହୋଇଯାଇଥିଲେ । କିଛି ଦିନ ପୂର୍ବରୁ ତାଙ୍କୁ ନିୟମିତ କେମୋ ଥେରାପି ପାଇଁ ଡାକ୍ତରଖାନା ଯିବାକୁ ପଡୁଥିଲା । ତାପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ବିବେକଙ୍କ ପରିବାରଲୋକ ମଧ୍ୟ ଏ ନେଇ ସ୍ପଷ୍ଟ କରିଛନ୍ତି ।

ରାଜସ୍ଥାନ ପାଇଁ ୨୦୦୮ରେ ପ୍ରଥମ ଶ୍ରେଣୀରେ ଖେଳିବା ପରେ ଯାଦବ ୨୦୧୦-୧୧ ସିଜନରେ ରାଜସ୍ଥାନର ରଣଜୀ ଟ୍ରଫି ବିଜେତା ଦଳରେ ଥିଲେ । ବରୋଦା ବିପକ୍ଷ ଫାଇନାଲ ମ୍ୟାଚରେ ସେ ୪ ଓ୍ବିକେଟ୍ ନେଇଥିଲେ । ସେ ୨୦୧୨ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ ଡେୟାରଡେଭିଲ୍ସ ଟିମ୍ ପାଇଁ ମନୋନୀତ ହୋଇଥିଲେ, ମାତ୍ର ଖେଳିନଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ