ମନୋରଞ୍ଜନ

କରୋନାରୁ ସୁସ୍ଥ ହୋଇ ମୁମ୍ବାଇ ଫେରିଲେ ଦୀପିକା, ସ୍ୱାମୀ ରଣବୀରଙ୍କ ସହ ନଜର ଆସିଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୨୪/୦୫: ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ ମେ ମାସ ଆରମ୍ଭରେ ଅଭିନେତ୍ରୀ ଦୀପିକା ପାଦୁକୋନ କରୋନା ସଂକ୍ରମିତ ହୋଇଥିଲେ । ଅଭିନେତ୍ରୀ ବାଙ୍ଗାଲୋରରେ ତାଙ୍କ ଘରକୁ ଯିବା ପରେ ତାଙ୍କ ବାପା ପ୍ରକାଶ ପାଦୁକୋନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ମଧ୍ୟ ଆସିଥିଲା। ତେବେ ଉଭୟ ଦୀପିକା ଏବଂ ରଣଭୀର ଏ ବିଷୟରେ କିଛି କହିନାହାଁନ୍ତି। ଏବେ ଜଣା ପଡିଛି ଯେ ଦୀପିକା କରୋନାରୁ ସୁସ୍ଥ ହୋଇଯାଇଛନ୍ତି । ନିକଟରେ ସେ ତାଙ୍କ ସ୍ୱାମୀ ରଣଭୀର ସିଂଙ୍କ ସହ ନଜର ଆସିଛନ୍ତି।

ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଏପ୍ରିଲରେ ବେଙ୍ଗାଲୁରୁ ଯାଇଥିଲେ। ଯେଉଁଠାରେ ସେ ତାଙ୍କ ବାପା-ମା ଏବଂ ଭଉଣୀ ସହିତ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରିବାପାଇଁ ପହଞ୍ଚିଥିଲେ । ଏଥି ସହିତ ଦୀପିକା ନିକଟରେ ମୁମ୍ବାଇ ଫେରିଛନ୍ତି ଏବଂ ତାଙ୍କ ସ୍ୱାମୀ ରଣଭୀର ସିଂ ମଧ୍ୟ ନଜର ଆସିଥିଲେ। ଦୀପିକା ଏବଂ ରଣଭୀର ମୁମ୍ବାଇ ବିମାନବନ୍ଦରରୁ ବାହାରିଥିବା ସମୟରେ ଦେଖାଯାଇଥିଲେ। ଏହି ସମୟରେ ଦୁହେଁ ବ୍ଲାକ୍ ଆଉଟଫିଟରେ ଥିଲେ । ଏହି ଦମ୍ପତି ମିଡିଆ ସାମ୍ନାରେ ହାତ ଧରିଥିବାର ନଜର ଆସିଥିଲେ ।

ଏହି ମାସ ଆରମ୍ଭରେ ଦୀପିକା ପାଦୁକୋନଙ୍କ ବାପା କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ସୁସ୍ଥ ହୋଇଯାଇଛନ୍ତି । ଦୀପିକା କରୋନା ପଜିଟିଭ୍ ହେବା ପରେ ହୋମ୍ ଆଇସୋଲେସନରେ ଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ