ଦେଶ ବିଦେଶ ମନୋରଞ୍ଜନ

କରୋନା ସଂକ୍ରମିତ ହେଲେ ଅଭିନେତ୍ରୀ ଶ୍ରୁତି ହାସନ୍‌, ପୋଷ୍ଟ ସେୟାର କରି ଦେଲେ ସୂଚନା

ନୂଆଦିଲ୍ଳୀ ୨୮।୦୨: ବଲିଉଡ ଅଭିନେତ୍ରୀ ଶ୍ରୁତି ହାସନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଇନଷ୍ଟାଗ୍ରମାରେ ଶ୍ରୁତି ନିଜେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ଶ୍ରୁତି ପୋଷ୍ଟ କରି କହିଛନ୍ତି, ସମସ୍ତଙ୍କୁ ମୋର ନମସ୍କାର, ଏହା କୌଣସି ମଜା କଥା ନୁହେଁ। ସମସ୍ତ ସୁରକ୍ଷା ସତ୍ତ୍ବେ ମୁଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ବର୍ତ୍ତମାନ ମୁଁ ଠିକ୍‌ ଅଛି । ଖୁବଶୀଘ୍ର ଆପଣଙ୍କ ସହିତ ସାକ୍ଷାତ ହେବ। କୋଭିଡ ସମୟରେ ସାବଧାନତାର ସହିତ କାମ କରିବା ପାଇଁ ସମସ୍ତଙ୍କୁ କହୁଥିଲେ ଶ୍ରୁତି।

କୋଭିଡ ବେଳେ କାମ କରିବା ବହୁତ ବଡ ଚ୍ୟାଲେଞ୍ଜ ମଧ୍ୟ ରହିଥିଲା। କିନ୍ତୁ ଏହା ମଧ୍ୟରେ ସେମାନେ କାମ କରୁଥିଲେ ଏବଂ ସୁଟିଂ ମଧ୍ୟ କରୁଥିଲେ। ଶ୍ରୁତି ନିକଟରେ ପ୍ରାଇମ ଭିଡିଓରେ ରିଲିଜ ହୋଇଥିବା ୱେବ ସିରିଜ ‘ବେଷ୍ଟସେଲର’ଜରିଆରେ ଓଟିଟି ଡେବ୍ୟୁ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ