ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ସଂକ୍ରମଣର ନିୟନ୍ତ୍ରଣ ପାଇଁ ସମସ୍ତ ଆବଦ୍ଧ ପରିସରରେ ସମାବେଶ ଉପରେ ୨ ମାସର ପ୍ରତିବନ୍ଧକ ଜରୁରୀ : ଲାନସେଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ସଂକ୍ରମଣ ହାର ରୋକିବା ପାଇଁ ଅତି କମରେ ଦୁଇମାସ ଆବଦ୍ଧ ପରିସରରେ ବା ଗୃହ କିଂବା ହଲ ମଧ୍ୟରେ ଜନ ସମାବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହେବା ଉଚିତ ବୋଲି କହିଛି ଲାନସେଟ । ଏହି ପଦକ୍ଷେପ ଭାରତରେ ସଂକ୍ରମଣର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରିବ ବୋଲି ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ଜର୍ଣ୍ଣାଲ୍ ଲାନସେଟର କୋଭିଡ-୧୯ ଭାରତ ଟାସ୍କ ଫୋର୍ସ ଏକ ରିପୋର୍ଟରେ ପ୍ରକାଶ କରିଛି।

ଲାନସେଟର କୋଭିଡ୍ ଟାସ୍କ ଫୋର୍ସ ଏହାର ରିପୋର୍ଟରେ ସଂକ୍ରମଣ ବୃଦ୍ଧି ପାଇଁ ଧାର୍ମିକ, ରାଜନୈତିକ ସମାବେଶ (ରାଜ୍ୟ ନିର୍ବାଚନ) ଏବଂ ସାମାଜିକ ସମାବେଶ (ବିବାହ , କ୍ରୀଡା ଉତ୍ସବ) କୁ ଦାୟୀ କରିଛି। ଏବେ ଏହି ସବୁ ସମାବେଶ ଅଧିକ ହେଉଥିବାରୁ ଲାନସେଟ୍ କୋଭିଡ୍-୧୯ ଭାରତ ଟାସ୍କ ଫୋର୍ସ ଆସନ୍ତା ଦୁଇ ମାସ ପାଇଁ ୧୦ରୁ ଅଧିକ ଲୋକ ସାମିଲ ହେଉଥିବା ସମାବେଶ ଉପରେ ଏକ ସାମୟିକ ପ୍ରତିବନ୍ଧକ ଲଗାଇବାକୁ ପରାମର୍ଶ ଦେଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ