ନୂଆଦିଲ୍ଲୀ ୧୬।୦୧ : ବଲିଉଡ୍ ନାମୀ ଦାମୀ ଏବଂ ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଅମିତାଭ ବଚ୍ଚନ ଅନ୍ୟତମ । ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ବିଜ୍ଞାପନ ପର୍ଯ୍ୟନ୍ତ ସେ ସମସ୍ତ କାର୍ଯ୍ୟ କରନ୍ତି । ତାଙ୍କୁ ଇଣ୍ଡଷ୍ଟ୍ରିରେ କିଏ ବା ନଜାଣେ । ଛୋଟରୁ ବଡ ଯାଏ ସମସ୍ତେ ତାଙ୍କର ଫ୍ୟାନ୍। ଏହା ବ୍ୟତୀତ ସେ କୋନ ବାନେଗା କରୋଡପତିର ପ୍ରତ୍ୟେକ ସିଜନରେ ହୋଷ୍ଟିଂ କରୁଥିବା ମଧ୍ୟ ନଜର ଆସିଛନ୍ତି । ତେବେ ବର୍ତ୍ତମାନର କଳାକାରମାନେ ୭୯ ବର୍ଷିୟ ଅମିତାଭ ବଚ୍ଚନଙ୍କ କାର୍ଯ୍ୟ ପ୍ରତି ଆଗ୍ରହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ଅମିତାଭ ଏକ ପୋଷ୍ଟରେ ଲେଖି ସେୟାର କରିଛନ୍ତି ।
ଅମିତାଭ ନିଜ ଏକ କ୍ଲୋଜ୍ ଫଟୋ ସେୟାର କରିଛନ୍ତି । ସେହି ଫଟୋରେ ସେ ଏକ କ୍ୟାପସନ ଲେଖିଛନ୍ତି – ‘କାମ ସବୁ ବନ୍ଦ ହୋଇଯାଇଛି … କେବଳ ଦାଢି ବଢୁଛି…’ କରୋନାର ତୃତୀୟ ଲହର ପୁଣି ଥରେ ସମସ୍ତଙ୍କ କାର୍ଯ୍ୟକୁ ପ୍ରଭାବିତ କରିଛି । ମୁମ୍ବାଇରେ ମଧ୍ୟ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି। ଯେଉଁଠାରେ ଶୁଟିଂ ଚାଲିଛି ସେଠାରେ ସମସ୍ତ ସତର୍କତା ଅବଲମ୍ବନ କରାଯାଇଛି। ଅମିତାଭ ଏପରି ଏକ ପୋଷ୍ଟ ଲେଖି ଏହାକୁ ସୂଚିତ କରିଛନ୍ତି । ଅମିତାଭଙ୍କ ପାଖରେ କାମର ଅଭାବ ନାହିଁ । ତାଙ୍କର ଅନେକ ଫିଲ୍ମ ଆଗାମୀ ଦିନରେରେ ରିଲିଜ୍ ହେବାକୁ ଯାଉଛି, ହେଲେ ହଁ ବର୍ତ୍ତମାନ ଏପରି ସମୟରେ ସମସ୍ତଙ୍କ କାର୍ଯ୍ୟ ନିଶ୍ଚିତ ରୋକ ଲଗାଯାଇଛି ।
ନିକଟରେ ଅମିତାଭ ବଚ୍ଚନଙ୍କ ଶୋ କୌନ ବାନେଗା କରୋଡପତି’ ଗତ ବର୍ଷ ଡିସେମ୍ବରରେ ଶେଷ ହୋଇଥିଲା। ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ‘ବ୍ରହ୍ମାସ୍ତ୍ର’ ଚଳିତ ବର୍ଷ ମୁକ୍ତିଲାଭ କରିବ। ଏହା ବ୍ୟତୀତ ଅନେକ ଫିଲ୍ମ ତାଙ୍କର ଆସିବାକୁ ଯାଉଛି ।

