କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

କରୋନା ପାଇଁ ହଁ-ନାହିଁରେ କଟିଲା ୨୦୨୦, ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍

ଭୁବନେଶ୍ବର୩୦/୧୨: ଜାନୁଆରୀ ମାସର ଗାଇଡ୍‌ଲାଇନ୍ ଜାରି ହୋଇଛି। କଣ୍ଟେନମେଣ୍ଟ୍ ଜୋନ୍‌ରେ ଅତ୍ୟାବଶ୍ୟକୀୟ କାର୍ଯ୍ୟ ସହ ଜରୁରୀ କାଳୀନସେବା ପାଇଁ ଅନୁମତି ରହିଛି। ସାମାଜିକ, ସାଂସ୍କୃତିକ, ଧାର୍ମିକ, ଖେଳ, ମନୋରଞ୍ଜନ କାର୍ଯ୍ୟକ୍ରମରେ ୨୦୦ ଲୋକ ଏକତ୍ରିିତ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ଅତି ବେଶିରେ ୫୦ ପ୍ରତିଶତ ଲୋକ ଏକତ୍ରିତ ହେବାକୁ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

ସେହିପରି ବିବାହ ଉତ୍ସବରେ ୨୦୦ ଲୋକ ଏକତ୍ରିତ ହୋଇପାରିବେ। ଶବ ସତ୍କାରରେ ୧୦୦ ଲୋକ ଏକତ୍ରିତ ହୋଇପାରିବେ। ଏହି ସମୟରେ ମାସ୍କ ଏବଂ ସାନିଟାଇଜର ବାଧ୍ୟତାମୂଳକ। ଜାନୁଆରୀ ୩୧ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। କୋଭିଡ୍‌ କଟକଣା ଭିତରେ ଜିଲ୍ଲାପାଳଙ୍କ ଅନୁମତିରେ ସ୍ଥାନୀୟ ଧାର୍ମିକସ୍ଥଳୀ ଖୋଲା ଯାଇପାରିବ। ମଞ୍ଚ ନାଟକ, ଥିଏଟର, ମନୋରଞ୍ଜନ ପାର୍କ ପାଇଁ ଅନୁମତି ମିଳିଛି। ସାମାଜିକ ଦୂରତା ସହ ମାସ୍କ ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ।

କୋଭିଡ୍ କଟକଣା ସହ ସ୍ପା, ସେଲୁନ, ବିୟୁଟି ପାର୍ଲର ଖୋଲିବ। ଅନ୍ତରାଜ୍ୟ ମଧ୍ୟରେ ଯାତ୍ରୀବାହୀ ବସ ଚଳାଚଳ କରିବ। ବିଶେଷ କରି ଜିରୋ ନାଇଟ୍‌ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଛି। ହୋଟେଲ, ରେଷ୍ଟ୍ରୋରାଣ୍ଟ ଏବଂ ମଣ୍ଡପରେ ଜିରୋ ନାଇଟ୍‌ ସେଲିବ୍ରେସନ କରି ପାରିବେ ନାହିଁ। ସର୍ବସାଧାରଣ ସ୍ଥାନରେ ନ୍ୟୁଇୟର ପାଇଁ ପାର୍ଟି କରି ପାରି ନାହିଁ। ଘରେ ରହି ପରିବାର ସହ ଜିରୋ ନାଇଟ୍‌ ସେଲିବ୍ରେସନ କରିବାକୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,