ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କରୋନା ପାଇଁ ବାତିଲ୍‌ ହେଲା ଆଇସିଏସ୍‌ଇ ଦଶମ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଭୟଙ୍କର ହୋଇ ଚାଲିଥିବା କାରଣରୁ ଆଇସିଏସ୍‌ଇ ଦଶମ ପରୀକ୍ଷାକୁ ବାତିଲ୍‌ କରିଛି କାଉନ୍‌ସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍ସ(ସିଆଇଏସ୍‌ସିଇ) ବୋର୍ଡ। ଏହା ସହ ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ପୂର୍ବ ପରି ସ୍ଥଗିତ ରଖିଛି। ଏଥିସହ ଏକାଦଶ ଶ୍ରେଣୀରେ ନାମ ଲେଖା ଲାଗି ସ୍କୁଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ତୁରନ୍ତ ଅନଲାଇନ କ୍ଲାସ ଆରମ୍ଭ କରିବାକୁ କୁହାଯାଇଛି।

ବୋର୍ଡ ପକ୍ଷରୁ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ‘କରୋନା ଭାଇରସ୍‌ ସ୍ଥିିତି ପାଇଁ ସିଆଇଏସ୍‌ସିଇ ଆଇସିଏସ୍‌ଇର ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି ନେଇଛି। ଏପ୍ରିଲ୍‌ ୧୬ ତାରିଖରେ ପରୀକ୍ଷାକୁ ନେଇ ଜାରି କରାଯାଇଥିବା ସର୍କୁଲାରକୁ ପ୍ରତ୍ୟାହାର କରି ନିଆଯାଉଛି।’


ଏଥିରେ ଆହୁରି ବି କୁହାଯାଇଛି ଯେ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ସୁରକ୍ଷା ଆମର ପ୍ରାଥମିକତା। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆଇସିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ମେ ୪ ତାରିଖରେ ହେବ ବୋଲି ଏପ୍ରିଲ୍‌ ୧୬ ତାରିଖରେ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି