ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

କରୋନା ପାଇଁ ଏବର୍ଷ ସଂସଦରେ ଶୀତ ଅଧିବେଶନ ବନ୍ଦ‌, ସିଧାସଳଖ ଜାନୁଆରିରେ ହେବ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ଚଳିତ ବର୍ଷ ସଂସଦରେ ଶୀତକାଳୀନ ଅଧିବେଶନ ହେବ ନାହିଁ ବୋଲି ସରକାର ସୂଚନା ପ୍ରଦାନ କରିଛନ୍ତି। ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି କି, ମହାମାରୀ କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସମସ୍ତ ରାଜନୈତିକ ଦଳ ଶୀତ ଅଧିବେଶନକୁ ବନ୍ଦ ରଖି ସିଧାସଳଖ ଜାନୁଆରିରେ ହେବାକୁ ଥିବା ବଜେଟ୍‌ ଅଧିବେଶନ ପ‌ାଇଁ ସହମତି ଦେଇଛନ୍ତି।

ବିବାଦୀୟ ନୂଆ କୃଷି ଆଇନ୍‌ ଉପରେ ଆଲୋଚନା କରିବାକୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ପତ୍ରର ଉତ୍ତର ଦେଇ ଶ୍ରୀ ଯୋଶୀ ଶୀତକାଳୀନ ଅଧିବେଶନ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ଆଇନରେ ସଂଶୋଧନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏହା ଉପରେ ଆଲୋଚନା ପାଇଁ ପ୍ରସ୍ତାବ ଦେବା ପରେ ଏହାର ଉତ୍ତର ରଖିଛନ୍ତି ଶ୍ରୀ ଯୋଶୀ।

ତାଙ୍କ ଚିଠିର ଉତ୍ତର ଦେଇ ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି କି ସେ ସମସ୍ତ ଦଳର ନେତାଙ୍କ ସହ କଥା ହୋଇ ଶୀତ ଅଧିବେଶନ ବନ୍ଦ କରିବା ପାଇଁ ସହମତି ପାଇଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁୁ ଯେ, ଗତ ସେପ୍ଟେମ୍ବରରେ ସଂସଦରେ ମୌସୁମୀ ଅଧିବେଶନ ଡକାଯାଇଥିଲା।

ସଂସଦୀୟ ବ୍ୟାପାର ମନ୍ତ୍ରୀ କଂଗ୍ରେସ ନେତା ଚୌଧୁରୀଙ୍କୁ ଉତ୍ତର ଲେଖି ଜଣାଇଛନ୍ତି ଯେ ଶୀତ ଦିନେ ଭାଇରସ୍‌ ବ୍ୟାପିବାର ଅଧିକ ଆଶଙ୍କା ରହିଥିବା କାରଣରୁ ଶୀତକାଳୀନ ଅଧିବେଶନକୁ ବନ୍ଦ ରଖିବା ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଖୁବ୍‌ ଶୀଘ୍ର କରୋନା ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଏହି କାରଣରୁ ପରବର୍ତ୍ତୀ ଅଧିବେଶନ ପାଇଁ କୌଣସି ସମସ୍ୟା ଉପୁଜି ନପାରେ ବୋଲି କୁହାଯାଇଛି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର