ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ଚିନ୍ତା ବଢ଼ାଇଲେଣି ୧୨ ରାଜ୍ୟ, ଦିଲ୍ଲୀରେ ଗୃହ ସଙ୍ଗରୋଧ ରୋଗୀଙ୍କ ସଂଖ୍ୟା ୬ ଗୁଣା ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତବେଗରେ ବଢ଼ିବା ଆରମ୍ଭ ହୋଇଛି। ଗତ ସପ୍ତାହକରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣା ହୋଇଯାଇଛି। ଦେଶରେ ୧୨ଟି ରାଜ୍ୟ ରହିଛି ଯେଉଁଠି କରୋନା ସଂକ୍ରମଣ ଅଧିକ ବେଗରେ ବଢ଼ୁଛି। ଏଥିରେ ରାଜଧାନୀ ଦିଲ୍ଲୀ, ଉତ୍ତର ପ୍ରଦେଶର କିଛି ସହର ମଧ୍ୟ ସାମିଲ ରହିଛି। ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୮୪ ପ୍ରତିଶତ ରହିଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୫୨୨ରେ ପହଞ୍ଚି ଯାଇଛି।

କରୋନା ସଂକ୍ରମଣର ସାପ୍ତାହିକ ବୃଦ୍ଧି କିଭଳି ରହିଛି ତାହା ଉପରେ ନଜର ପକାଇଲେ ଜଣାଯାଏ ଯେ ଚଳିତମାସ ୧୮ରୁ ୨୪ ତାରିଖ ସପ୍ତାହରେ ୧୫୭୦୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାର ପୂର୍ବ ସପ୍ତାହରେ ନୂଆ ସଂକ୍ରମଣ ସଂଖ୍ୟା ୮୦୫୦ ରହିଥିଲା। ଅର୍ଥାତ୍ ଆଲୋଚ୍ୟ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ ୯୫ ପ୍ରତିଶତ ବୃଦ୍ଧି ଘଟିଛି। ଏହା ପୂର୍ବରୁ ୧୧ ସପ୍ତାହ ପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲା। କରୋନା ସଂକ୍ରମଣରେ ଦେଖାଦେଇଥିବା ଏହି ବୃଦ୍ଧି ଓମିକ୍ରନର ଉପ ପ୍ରଜାତି କାରଣରୁ କିମ୍ବା ଲୋକଙ୍କ ମଧ୍ୟରେ ପ୍ରତିରୋଧକ ଶକ୍ତି ହ୍ରାସ ଯୋଗୁ ହେଉଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ ଆଶ୍ବାସନାର ବିଷୟ ହେଲା ମୃତ୍ୟୁ ସଂଖ୍ୟାରେ ସେତେଟା ବୃଦ୍ଧି ଆସିନାହିଁ। ଗତ କିଛିଦିନ ହେଲା ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ଚିନ୍ତାଜନକ ଥିଲା। କିନ୍ତୁ ଗତ ସପ୍ତାହରେ ଅନ୍ୟ ୯ ରାଜ୍ୟ ଯଥା କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ରାଜସ୍ଥାନ, ପଞ୍ଜାବ, ତେଲେଙ୍ଗାନା, ମି‌ଜୋରାମ ଦେଶରେ ଚତୁର୍ଥ ଲହର ଆରମ୍ଭ ହେବା ନେଇ ଭୟ ସୃଷ୍ଟି କରିଛନ୍ତି। ସୂଚନା ଅନୁଯାୟୀ, ଗତ ସପ୍ତାହରେ ମହାରାଷ୍ଟ୍ରରେ ୪୮ ପ୍ରତିଶତ, ତାମିଲନାଡ଼ୁରେ ୬୨ ପ୍ରତିଶତ, ପଶ୍ଚିମବଙ୍ଗରେ ୬୬ ପ୍ରତିଶତ, ତେଲେଙ୍ଗାନାରେ ୨୪ ପ୍ରତିଶତ, ରାଜସ୍ଥାନରେ ୫୭ ପ୍ରତିଶତ ଅଧିକ ସଂକ୍ରମଣ ଦେଖିବାକୁ ମିଳିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ଅଢ଼େଇ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ୨୫୪୧ ନୂଆ ସଂକ୍ରମଣ ସହିତ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବଦିନ ଦେଶରେ ୨୫୯୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖ (ବୁଧବାର) ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀରେ ଗତକାଲି ୧୦୮୩ଟି ନୂଆ ମାମଲା ଚିହ୍ନଟ ହୋଇଛି। ଫଳରେ ଏଠାରେ ଦୈନିକ ସଂକ୍ରମଣ ହାର ୪.୪୮ ପ୍ରତିଶତକୁ ବୃଦ୍ଧି ପାଇଛି। କରୋନା କବଳରୁ ‌ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦେଶରେ ବର୍ତ୍ତମାନ ସୁଦ୍ଧା ୧୮୭.୭୧ କୋଟି ଡୋଜ୍ ଟିକା ଲୋକମାନଙ୍କୁ ଦିଆଯାଇଛି।

ଦିଲ୍ଲୀରେ ଗୃହ ସଙ୍ଗରୋଧ ରୋଗୀଙ୍କ ସଂଖ୍ୟା ୬ ଗୁଣା ବୃଦ୍ଧି
ନୂଆଦିଲ୍ଲୀ : ଦିଲ୍ଲୀ ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ କିଛିଦିନ ଧରି ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ରହିଛି। ୨ ସପ୍ତାହରେ ଦିଲ୍ଲୀରେ ଗୃହ ସଙ୍ଗରୋଧ ରୋଗୀଙ୍କ ସଂଖ୍ୟା ୬ ଗୁଣା ବୃଦ୍ଧି ହୋଇଛି। ଏପ୍ରିଲ ୧୧ ରେ ଦିଲ୍ଲୀରେ ୪୪୭ ଜଣ ଗୃହ ସଙ୍ଗରୋଧରେ ଥିବାବେଳେ ଏପ୍ରିଲ ୨୪ରେ ଏହା ୨୮୧୨କୁ ବୃଦ୍ଧି ପାଇଛି। ଏହି ସମୟ‌ରେ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ୧୭ରୁ ୮୦କୁ ବୃଦ୍ଧି ପାଇଛି। କିନ୍ତୁ ଦିଲ୍ଲୀ ସରକାର ଲୋକଙ୍କୁ ଆଶ୍ବାସନା ଦେଇ କହିଛନ୍ତି, ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ଦିଲ୍ଲୀରେ ହସ୍ପିଟାଲ୍‌‌ରେ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି। ଏପ୍ରିଲ ୧୧ରେ ଦିଲ୍ଲୀରେ ସକ୍ରିୟ ମାମଲା ୬୦୧ ଥିଲା। ଏବେ ଏହା ୩,୯୭୫ରେ ପହଞ୍ଚିଛି। ଦିଲ୍ଲୀରେ ଆର୍‌ ଭାଲ୍ୟୁ ମଧ୍ୟ ୨ ଉପରେ ରହିଛି। ଆର୍‌ ଭାଲ୍ୟୁ ଅଧିକ ରହିଲେ ସଂକ୍ରମଣ ଅଧିକ ବେଗରେ ବ୍ୟାପିଥାଏ। ୨ରୁ ଅଧିକ ଅର୍ଥାତ ଜଣେ ସଂକ୍ରମିତ ଦୁଇଜଣରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ମାମଲାରେ ୬୪୯ ବୃଦ୍ଧି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ