ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କରୋନା ଆକ୍ରାନ୍ତ ହେଲେ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ନୀତୁ କପୁର, ଅନୀଲ କପୁରଙ୍କ ରିପୋର୍ଟ ନେଭେଟିଭ

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉନାହିଁ। କରୋନା ଟିକାକୁ ସାରା ଦେଶବାସୀ ଅପେକ୍ଷା କରିଥିବା ବେଳେ ଏବେ କିଛି ସ୍ଥାନରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଏ ମଧ୍ୟରେ ବଲିଉଡର ଅନେକ କଳାକାର କରୋନା ଆକ୍ରାନ୍ତ ହୋଇସାରିଥିବା ବେଳେ ଏବେ ଆଉ ଦୁଇଜଣ ବଲିଉଡ କଳାକାର କରୋନା ଆକ୍ରାନ୍ତ ହୋଇଛନ୍ତି। ଅଭିନେତା ବରୁଣ ଧୱନ ଏବଂ ଅଭିନେତ୍ରୀ ନୀତୁ କପୁର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଦୁହେଁ ଫିଲ୍ମ ‘ଜୁଗ ଜୁଗ ଜିଓ’ ଫିଲ୍ମର ସୁଟିଂ କରୁଥିଲେ। ଏହି ଫିଲ୍ମର ସୁଟିଂ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ଦୁଇ କଳାକାର କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଫିଲ୍ମର ସୁଟିଂକୁ ବନ୍ଦ କରିଦିଆଯାଇଛି।

ତେବେ ଚଳଚ୍ଚିତ୍ରରେ ଥିବା ଅନ୍ୟ କଳାକାର ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣା ପଡ଼ିଛି। ଏହା ସତ୍ତ୍ୱେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଫିଲ୍ମର ସୁଟିଂ ବନ୍ଦ କରରାଯାଇଛି। ଅଭିନେତା ଋଷି କପୁରଙ୍କ ମୃତ୍ୟୁ ପରେ ନୀତୁ କପୁର ପୁଣି ଥରେ ଫିଲ୍ମ ଜୁଗ ଜୁଗ ଜିଓ ସହ ଅଭିନୟ ଦୁନିଆକୁ ଫେରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ