ଦେଶ ବିଦେଶ ମନୋରଞ୍ଜନ

କରୀନାଙ୍କୁ ନେଇ କମେଣ୍ଟ କଲେ ପାକିସ୍ତାନୀ ଅଭିନେତ୍ରୀ, କହିଲେ-ଏବେ ସେ ମୋଟା ହୋଇଗଲେଣି

ନୂଆଦିଲ୍ଲୀ ୦୮।୦୫ : ବଲିଉଡ୍‌ର ଅଭିନେତ୍ରୀ କରୀନା ବେବୋ ନାମରେ ବେଶ ଜଣାଶୁଣା । କରୀନା କପୁର ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ସେ ଖୁବ୍‌ ଚର୍ଚ୍ଚାରେ ଥାନ୍ତି । ତାଙ୍କ ଫ୍ୟାନ୍ସ କେବଳ ଦେଶ ହିଁ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି । ଏହାରି ମଧ୍ୟରେ କରୀନାଙ୍କୁ ନେଇ ଜଣେ ପାକିସ୍ତାନର ଅଭିନେତ୍ରୀ ବଡ ମନ୍ତବ୍ୟ ଦେଇଛନ୍ତି । ଯେଉଁଥିପାଇଁ ସେ ଖୁବ୍‌ ଆଲୋଚନାର ବିଷୟ ପାଲଟିଛନ୍ତି । ସୋସିଆଲ ମିଡିଆରେ ଏହା ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି ।

ନିକଟରେ ପାକିସ୍ତାନୀ ଅଭିନେତ୍ରୀ ହୀରା ମଣି ଲାଇମଲାଇଟକୁ ଆସିଛନ୍ତି। ସୋସିଆଲ ମିଡିଆରେ ହିରା ମଣିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ପାକିସ୍ତାନୀ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ନେଇ ଏଭଳି କିଛି କହିଛନ୍ତି, ଯାହା ପାଇଁ ସେ ଲଜ୍ଜିତ ହୋଇଛନ୍ତି। ଭିଡିଓରେ ହିରା ମଣି ଏବଂ ତାଙ୍କ ସ୍ୱାମୀ ଏକ ସାକ୍ଷାତକାରରେ ନଜର ଆସିଛନ୍ତି। ଯେଉଁଠାରେ ଅଭିନେତ୍ରୀ ନିଜର ଓଜନ ବୃଦ୍ଧି ବିଷୟରେ କହିଥିଲେ କି -ଏଥର ମୁଁ ଓଜନ ହ୍ରାସ କରିଛି, ମୋର କୌଣସି ପ୍ରଶିକ୍ଷକ ନଥିଲେ। ମୁଁ ଏହା ନିଜେ କରି ଦେଖାଇଛି । ଆଗରୁ ମୋର ଓଜନକୁ ବହୁ ବଢି ଯାଇଥିଲା। ଏପରିକି ମୋର ଓଜନ ୬୪ କିଲୋଗ୍ରାମ ଥିଲା । ଏଥିପାଇଁ ମୋ ସ୍ବାମୀ ସବୁବେଳେ ମୋତେ ମୋଟି ମୋଟି କୁହନ୍ତି। ତାଙ୍କର ଏପରି କଥା ଶୁଣି ମୁଁ ମୋ ଓଜନ କମାଇଥିଲି ।

ଏହା ସହ ସେ ଆହୁରି କହିଛନ୍ତି କି ତାଙ୍କ ସ୍ବାମୀ ତାଙ୍କୁ ସବୁବେଳେ ମଜା ଉଡାନ୍ତି ଥଟ୍ଟା କରନ୍ତି । ଏହା ତାଙ୍କୁ ଖୁବ୍‌ ଅପମାନିତ କରେ । କାହିଁକି ତାଙ୍କୁ କ୍ୟାଟ୍ରିନା, କରୀନାଙ୍କୁ ଦେଖିବା ପାଇଁ କୁହନ୍ତି । ହେଲେ କରୀନା ତ ଏବେ ଖୁବ୍‌ ମୋଟା ହୋଇ ଯାଇଛନ୍ତି । ସବୁଠାରୁ ବଡ କଥା ହେଲା ମୋର ଦୁଇଟି ସନ୍ତାନ ଅଛି । ମୁଁ କ୍ୟାଟ୍ରିନା ନୁହେଁ କି କରୀନା ନୁହେଁ। ମୋ ସ୍ବାମୀ ମୋର ଅପମାନ କରି ବୋଧ ହୁଏ ଭଲ କରିଛନ୍ତି । ଯେଉଁଥିପାଇଁ ଓଜନ ହ୍ରାସ କରି ପାରିଛି ।

ଅନ୍ୟପଟେ ପାକିସ୍ତାନୀ ଅଭିନେତ୍ରୀଙ୍କ ଏହି କଥା ଶୁଣିବା ପରେ କରୀନା କପୁରଙ୍କ ପ୍ରଶଂସକମାନେ ଖୁବ୍‌ ରାଗି ଯାଇ ଯାଇଛନ୍ତି । କରୀନାଙ୍କୁ ଏଭଳି କହିବା ପରେ ହିରା ମଣିଙ୍କୁ ଖୁବ୍‌ ଟ୍ରୋଲ କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ