ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କମ୍ ଓଜନ ପାଇଁ ଚିନ୍ତିତ କି ? ପ୍ରାକୃତିକ ଉପାୟରେ ବଢ଼ାଇ ପାରିବେ ଓଜନ, ସେବନ କରନ୍ତୁ ଏହିଫଳ

ଭୁବନେଶ୍ୱର ୨୦/୦୨ : ଆଜିକା ସମୟରେ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ମୋଟାପଣ ପାଇଁ ଚିନ୍ତିତ। ଲୋକେ କିଭଳି ଓଜନ କମ କରିବା ବିଭିନ୍ନ ଉପାୟ ଖୋଜୁଛନ୍ତି। ଅପରପକ୍ଷରେ କିଛି ଲୋକ ଦୁର୍ବଳତା ଶିକାର। କିଛି ଲୋକ ଏତେ ପତଳା ଯେ କିଭଳି ଓଜନ ବଢ଼ାଇବେ ସେ ଚିନ୍ତା କରୁଛନ୍ତି। କିନ୍ତୁ ଓଜନ ବଢାଇବାକୁ ଅଧିକ ଭୋଜନ ଗ୍ରହଣ କରିବା ଭୁଲ। ଏହାଦ୍ୱାରା ଶରୀରକୁ ଅନ୍ୟ ପ୍ରକାର କ୍ଷତି ହେବାର ସମ୍ଭାବନା ଥାଏ। ଓଜନ ବଢାଇବାକୁ ଡାଏଟରେ କୌଣସି ପ୍ରକାର ଜଙ୍କ ଫୁଡ ସାମିଲ କରିବା ଉଚିତ ନୁହେଁ। ଏହାଦ୍ୱାରା ଓଜନ ତ ବଢିବ କିନ୍ତୁ ବିଭିନ୍ନ ରୋଗ ହେବାର ମଧ୍ୟ ସମ୍ଭାବନା ମଧ୍ୟ ରହିଛି।

ଓଜନ ବଢାଇବାକୁ ପୃଷ୍ଟିକର ଆହାର ଓ ପ୍ରୋଟିନଯୁକ୍ତ ଖାଦ୍ୟ ସେବନ କରିବା ଉଚିତ। ଏହାଦ୍ୱାରା ଶରୀରକୁ ଆବଶ୍ୟକୀୟ ତତ୍ତ୍ୱ ଓ ପ୍ରୋଟିନ ମିଳିବା ସହ ଶରୀରର ବିକାଶ ହୋଇପାରିବ। ଓଜନ ବଢାଇବା ପାଇଁ ଆପଣ ଫଳ ସେବନ କରିପାରିବେ। ଫଳରେ ଭରପୁର ମାତ୍ରାରେ ଭିଟାମିନ ଓ ପ୍ରୋଟିନ ରହିଛି। ଅନ୍ୟ ପଦାର୍ଥ ତୁଳନାରେ ଫଳରୁ ଅଧିକ ପୋଷାକ ତତ୍ତ୍ୱ ପାଇପାରିବେ ଏବଂ ଫଳ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର।


ଯଦି ଆପଣ ବହୁତ ପତଳା ତାହେଲେ ପ୍ରାକୃତିକ ଉପାୟରେ ଓଜନ ବଢ଼ାଇ ପାରିବେ। ପ୍ରାକୃତିକ ଉପାୟରେ ଓଜନ ବଢାଇବା ପାଇଁ ଆପଣ ସୀତାଫଳ ସେବନ କରିପାରିବେ. ବିଶେଷଜ୍ଞଙ୍କ କହିବାନୁଯାୟୀ, ନିୟମିତ ସୀତାଫଳ ସେବନ କଲେ ଓଜନ ସହଜରେ ବଢିଥାଏ। ସୀତାଫଳରେ ହାଇ ଲେଭଲ ନାଚୁରାଲ ସୁଗାର ରହିଛି ଯାହାଦ୍ୱାରା ଓଜନ ସହଜରେ ବଢିଥାଏ। ସୀତାଫଳରେ ଥିବା ସୁଗାର ଶରୀରର ଓଜନ ବୃଦ୍ଧି ପାଇଁ ବହୁତ ସହାୟକ ପ୍ରମାଣିତ ହୋଇଥାଏ।

ସୀତାଫଳରେ ଥିୟାମିନ, ମ୍ୟାଗନେସିୟମ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ନିୟାସିନ, ଭିଟାମିନ-ସି, ମାଙ୍ଗାନିଜ, ଆଇରନ ଓ ରାଇବୋଫ୍ଲୋବିନ ରହିଛି। ଏହାଦ୍ୱାରା ଶରୀର ମଜବୁତ ହୋଇଥାଏ ଓ ରୋଗ ସହ ଲଢ଼ିବାକୁ ଶକ୍ତି ମିଳିଥାଏ।

ତାଛଡା ଓଜନ ବଢାଇବା ପାଇଁ ଆପଣ ଶତାବରୀ ସେବନ ମଧ୍ୟ କରିପାରିବେ। ଶତାବରୀରେ ବହୁତ କମ ପରିମାଣରେ କ୍ୟାଲୋରୀ ଅଛି। ଶତାବରୀରେ ଥିବା ପୋଷାକ ତତ୍ତ୍ୱ ଶରୀର ପାଇଁ ବହୁତ ଲାଭଦାୟକ। ଶତାବରୀକୁ ଫୁଟାଇ, ରୋଷ୍ଟ କରି, ଗ୍ରିଲ କରି ଓ ଷ୍ଟିମ କରି ସେବନ କରାଯାଇପାରିବ। ଶତାବରୀକୁ ଆପଣ ଅମଲେଟ, ସାଲାଡ଼ କିମ୍ବା ପାସ୍ତାରେ ମଧ୍ୟ ବ୍ୟବହାର କରିପାରିବେ। ଶତାବରୀରେ ଫାଇବର, ପୋଟାସିୟମ, ଭିଟାମିନ-ଇ, ଫସଫରସ, ଭିଟାମିନ-ସି, ଭିଟାମିନ-କେ, ଫଲିକ ଏସିଡ ରହିଛି ଯାହା ଶରୀରର ଓଜନ ଶୀଘ୍ର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ