ଅପରାଧ ରାଜ୍ୟ

କମେଣ୍ଟମରାକୁ ନେଇ ତୁମୁଳକାଣ୍ଡ, ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଉତ୍ତେଜନା

ବାଲିପାଟଣା 30/11: ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଉତ୍ତେଜନା । ପରୀକ୍ଷାର୍ଥୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବାଲିପାଟଣା ପତିତପାବନ ହାଇସ୍କୁଲ ସାମ୍ନାରେ ଧାରଣା । ଆକ୍ରମଣକାରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ପିଲା ।

ସୂଚନା ଅନୁଯାୟୀ, ମଙ୍ଗଳବାର ଜୟଦେବ ଉଚ୍ଚ ବିଦ୍ୟାଳୟର ଛାତ୍ର ବିଶ୍ବ ରଞ୍ଜନ ବେହେରା ମାଟ୍ରିକ୍ ପରୀକ୍ଷା ଦେଇ ଫେରୁଥିବା ବେଳେ କମେଣ୍ଟ ମରାକୁ ନେଇ ଭିଙ୍ଗାରପୁର ବକ୍ରେଶ୍ବର ଉଚ୍ଚ ବିଦ୍ୟାଳୟର ପରୀକ୍ଷାର୍ଥୀମାନେ ମରାନ୍ତକ ଆକ୍ରମଣ କରିଥିଲେ । ଏଥିରେ ବିଶ୍ବ ରଞ୍ଜନ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି । ତେଣୁ ଆକ୍ରମଣକାରୀ ଛାତ୍ରଙ୍କୁ ଗିରଫ କରିବା ଦାବିରେ ଆଭିଭାବକ ଓ ଛାତ୍ରଛାତ୍ରୀମାନେ ପତିପାବନ ହାଇସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।