ଦେଶ ବିଦେଶ ସ୍ୱାସ୍ଥ୍ୟ

କମୁଛି ସଂକ୍ରମଣ କୋହଳ ହେଲା କଟକଣା, ଜାଣନ୍ତୁ ଦିଲ୍ଳୀରେ କଣ ଖୋଲା କଣ ବନ୍ଦ

ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଦିଲ୍ଲୀ ସରକାର ରାଜ୍ୟରେ ଲାଗିଥିବା କରୋନା କଟକଣା କୋହଳ କରିଛନ୍ତି । ଏନେଇ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି ତରଫରୁ ଗୁରୁବାର ଏକ ବୈଠକ ବସିଥିଲା । ବୈଠକର ନିଷ୍ପତ୍ତି ମୁତାବକ ଏବେ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଓ ବଜାରରେ ଅଡ-ଇଭନ ସିଷ୍ଟମ ସମାପ୍ତ ହେବ ।

ଅନ୍ୟପଟେ ଏବେ ବି ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଜାରି ରହିବ । ସେହିଭଳି ୫୦ ପ୍ରତିଶତ କ୍ଷମତା ସହିତ ସିନେମା ହଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ବାହାଘର ଓ ଅନ୍ୟ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକ ଏକତ୍ରିତ ହୋଇପାରିବା ନେଇ ଲାଗିଥିବା କଟକଣା ବି ଉଠାଇ ଦିଆଯାଇଛି । ସେହିଭଳି ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଶିକ୍ଷାନୁଷ୍ଠାନ ଆଗାମୀ ନିଷ୍ପତ୍ତି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
କହିରଖୁ କି ବୁଧବାର ଦିନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ସ୍କୁଲ ଖୋଲିବା ନେଇ ସଂକେତ ଦେଇଥିଲେ । ସେ କହିଥିଲେ କି ଅନଲାଇନ ଶିକ୍ଷା କେବେ ବି ଅଫ୍ ଲାଇନ ଶିକ୍ଷାର ସ୍ଥାନ ନେଇପାରିବ ନାହିଁ ବୋଲି ସେ କହିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ