ରାଜ୍ୟ ସ୍ପେଶାଲ ରିପୋର୍ଟ

କମିଲା ପରିବା ଦର, କିନ୍ତୁ ଟମାଟୋ ମୂଲ୍ୟ ୧୩୦ ଉପରେ

ଭୁବନେଶ୍ୱର: କିଛିଦିନ ଧରି ପରିବା ଦର ଅଧିକ ଥିବାବେଳେ ଆଜି କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି | ବାସ୍ତବରେ ଆଜି ପରିଵା ଦର କିଛି ମାତ୍ରାରେ କମିଛି | ଆଜି କଟକ ଛତ୍ରଵଜାରରେ କଖାରୁ କିଲୋଗ୍ରାମ ପିଛା୨୦ ଟଙ୍କା, ଭେଣ୍ଡି କିଲୋଗ୍ରାମ ପିଛା ୪୦ ଟଙ୍କା, ଭଣ୍ଡା କିଲୋଗ୍ରାମ ପିଛା ୩୦ ଟଙ୍କା, ଗାଜର କିଲୋଗ୍ରାମ ପିଛା ୪୦ ଟଙ୍କା, ସଜନା ଛୁଇଁ କିଲୋଗ୍ରାମ ପିଛା ୬୦ ଟଙ୍କା, ବାଇଗଣ କିଲୋଗ୍ରାମ ପିଛା ୩୦ରୁ ୪୦ ଟଙ୍କା, କୁନ୍ଦୁରି କିଲୋଗ୍ରାମ ପିଛା ୨୦ ଟଙ୍କା, କୋଶଳା ବିଡା ପିଛା ୧୦ ଟଙ୍କା, ଝୁଡୁଙ୍ଗ କିଲୋଗ୍ରାମ ପିଛା ୪୦ ଟଙ୍କା, କଲରା କିଲୋଗ୍ରାମ ପିଛା ୪୦ରୁ୫୦ ଟଙ୍କା, କାଙ୍କଡ କିଲୋଗ୍ରାମ ପିଛା ୩୦ ଟଙ୍କା, ସାରୁ କିଲୋଗ୍ରାମ ପିଛା ୫୦ ଟଙ୍କା, ଵନ୍ଧାକୋଵି କିଲୋଗ୍ରାମ ପିଛା ୩୦ ଟଙ୍କାକୁ କମିଛି |

କିନ୍ତୁ ଟମାଟୋ, ଅଦା, ଲଙ୍କା ଦାମ୍ ଅପରିବର୍ତ୍ତିତ ରହିଛି | ଟମାଟୋ କିଲୋଗ୍ରାମ ପିଛା ୧୪୦ ଟଙ୍କା ଥିବାବେଳେ ଅଦା କିଲୋଗ୍ରାମ ପିଛା ୨୪୦ ଟଙ୍କା ରହିଛି | ଟମାଟୋ ମୂଲ୍ୟ ସାଧାରଣତଃ ଜୁଲାଇ-ଅଗଷ୍ଟ ଏବଂ ଅକ୍ଟୋବର-ନଭେମ୍ବର ମଧ୍ୟରେ ଅଧିକ ରହିଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ବର୍ଷା ଜନିତ ଅସୁବିଧା କାରଣରୁ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ମୂଲ୍ୟ ଅତ୍ୟଧିକ ବଢ଼ିଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।