ଦେଶ ବିଦେଶ ସ୍ୱାସ୍ଥ୍ୟ

କମିବାରେ ଲାଗିଛି ଦେଶରେ କରୋନା ମୃତ୍ୟୁ ହାର, ଗତ ୨୪ ଘଣ୍ଟା ମଧ୍ୟରେ ୫୭୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ଆରୋଗ୍ୟଙ୍କ ସଂଖ୍ୟା ୭୦ ଲକ୍ଷ ଟପିଯାଇଛି। ଲଗାତାର ୬ ଦିନ ଧରି ଦେଶରେ ସକ୍ରିୟ ମାମଲା ୬୦ ହଜାରରୁ କମ୍‌ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାର ୧୨୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୫୭୮ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୭୮ ଲକ୍ଷ ୬୪ ହଜାର ୮୧୧ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧ ଲକ୍ଷ ୧୮ ହଜାର ୫୩୪କୁ ବୃଦ୍ଧି ପାଇଛି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ କରୋନା ଟେଷ୍ଟିଂ ୧୦ କୋଟି ୨୫ ଲକ୍ଷ ୨୩ ହଜାର ୪୬୯ରେ ପହଁଚିଯାଇଛି |
ଅକ୍ଟୋବର ୨୪ ତାରିଖରେ ୧୧ ଲକ୍ଷ ୪୦ ହଜାର ୯୦୫ଟି କରୋନା ଟେଷ୍ଟିଙ୍ଗ ହୋଇଛି | ଦେଶରେ ଏବେ ମୋଟ୍‌ ୬ ଲକ୍ଷ ୬୮ ହଜାର ୧୫୪ ସକ୍ରିୟ ମାମଲା ରହିଛି। ପ୍ରତିଦିନ ଦେଶରେ ଅଧିକ ସଂଖ୍ୟାରେ ରୋଗୀ କରୋନାରୁ ସୁସ୍ଥ ହେଉଛନ୍ତି।
ଫଳରେ ମୃତ୍ୟୁହାର କମ୍‌ ରହୁଛି ଏବଂ ସକ୍ରିୟ ମାମଲା ଲଗାତାର ଭାବେ କମି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୦୭୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଉ ଏହି ସଂଖ୍ୟାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୦ ଲକ୍ଷ ୭୮ ହଜାର ୧୨୩ରେ ପହଂଚିଛି |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ