ଅପରାଧ ରାଜ୍ୟ

କପି ରୋକିବାରୁ ମାଡ଼ ମାରିଥିଲେ ପରୀକ୍ଷାର୍ଥୀ, ଏବେ ବାନ୍ଧିଲା ପୋଲିସ

ପାଟଣା ୦୯।୦୫ : ପରୀକ୍ଷା କେନ୍ଦ୍ରରେ ସୁପରିଟେଣ୍ଡକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଲୁଙ୍ଗା ଗାଁର ଅଜିତ କୁମାର ବାରିକକୁ ଗିରଫ କରିଛି ତୁରୁମୁଙ୍ଗା ଥାନା ପୋଲିସ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବିଲାରାମଚନ୍ଦ୍ରପୁର ଗାଁର ଘଟଣା ।

ଖବର ଅନୁଯାୟୀ, ଗତ ଶନିବାର ଦିନ ହାଇସ୍କୁଲ ପରୀକ୍ଷାର ଶେଷ ଦିନ ଥିଲା । ସାହାରପଡା ବ୍ଲକ ବିଲା ରାମଚନ୍ଦ୍ରପୁର ପରୀକ୍ଷାକେନ୍ଦ୍ରରେ ପ୍ରବଳ କପି ଚାଲୁଥିବାର ଖବର ଆସିଥିଲା । ଏହାପରେ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଡେପୁଟୀ ସୁପରିଟେଣ୍ଡ ଚିତରଞ୍ଜନ ସାହୁ ପରୀକ୍ଷାର୍ଥୀଙ୍କୁ ରୋକି ଥିଲେ । ଯାହାଫଳରେ ସେ ପରୀକ୍ଷାରେ କପି କରିବାରେ ବଞ୍ଜିତ ହୋଇଥିଲା । ଏଥିର ଉତ୍‌କ୍ଷିପ୍ତ ହୋଇ ଅଜିତ ତାର ଦୁଇ ସାଙ୍ଗ ସହ ବାଇକରେ ଆସି ଡେପୁଟି ସୁପରିଟେଣ୍ଡଙ୍କୁ ଆକ୍ରମଣ କରିଥିଲେ । ଏନେଇ ସାହାରପଡ଼ା ଏବିଇଓ ଭାରତୀ ପୋହି ଶନିବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଚଢାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ସହଯୋଗୀ ଏ ପର୍ଯ୍ୟନ୍ତ ଫେରାର ଅଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।