ଦେଶ ବିଦେଶ ମନୋରଞ୍ଜନ

କନ୍ୟା ସାଜିଲେ କରିସ୍ମା ତନ୍ନା, ବ୍ରାଇଡାଲ୍ ଲୁକ୍ ରେ ଭାଇରାଲ୍ ହେଉଛି ଫଟୋ

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ଫ୍ୟାନ୍ସ ପାଇଁ ଖାସ୍ ଖବର ରହିଛି । କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା, ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ବିବାହ ଫଟୋ ଜୋରସୋରରେ ଭାଇରାଲ୍ ହେଉଛି । ଫ୍ୟାନ୍ସ, ବନ୍ଧୁ ଓ ପରିଜନ ମାନେ କପଲ୍ ଙ୍କ ଫଟୋକୁ ସେୟାର୍ କରି ବିବାହ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି । କରିସ୍ମା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର୍ କରି ବିବାହର ଶୁଭ ମୁହୂର୍ତ୍ତକୁ ଫ୍ୟାନ୍ସଙ୍କ ସହିତ ବାଣ୍ଟିଛନ୍ତି । ଦୁହିଁଙ୍କ ଯୋଡ଼ି ଖୁବ୍ ସୁନ୍ଦର ଦେଖାଯାଉଛି ।

ଏହା ବ୍ୟତୀତ କରିସ୍ମାଙ୍କ ଫ୍ୟାନ୍ ପେଜ୍ ରେ ବିବାହ ସମୟର ଭିଡିଓ ଅପଲୋଡ୍ କରାଯାଇଛି । କ୍ୟାମେରା ସାମନାରେ ଦୁହେଁ ଖୁବ୍ ସୁନ୍ଦର୍ ପୋଜ୍ ଦେଉଥିବା ନଜର ଆସିଛନ୍ତି । ସୂଚନା ଯେ, ଗତବର୍ଷ ନଭେମ୍ବର ମାସରେ ବରୁଣ ବଙ୍ଗେରାଙ୍କ ସହିତ ନିର୍ବନ୍ଧ କରିଥିଲେ । ସେମାନଙ୍କ ଫଟୋକୁ ଏକତା କପୁରଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ତାରକା ଲାଇକ୍ କମେଣ୍ଟ୍ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ