ରାଜ୍ୟ

କନ୍ଧମାଳରେ ‌ମେଣ୍ଟ ଦ୍ବନ୍ଦ୍ବ: ନେତା ଓ କର୍ମୀଙ୍କ ମଧ୍ୟରେ ଅସ୍ବାଭାବିକ ନିରବତା

ଫୁଲବାଣୀ: ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବ କି ନାହିଁ ତାହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ତେବେ ମେଣ୍ଟକୁ ନେଇ କନ୍ଧମାଳ ଜିଲ୍ଲାର ଉଭୟ ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ଅସ୍ବାଭାବିକ ନିରବତା ଦେଖିବାକୁ ମିଳିଛି। ଉଭୟ ଦଳର କୌଣସି ନେତା ମୁହଁ ଖୋଲୁ ନଥିବାବେଳେ ଗତ ଦୁଇ ସପ୍ତାହରୁ ଅଧିକ ହେଲା ଉଭୟ ଦଳର ରାଜନୈତିକ ଓ ନିର୍ବାଚନୀ କାର୍ଯ୍ୟକ୍ରମ ବି ଠପ୍‌ ହୋଇଯାଇଛି। ଏ ସମ୍ପର୍କରେ ଜିଲ୍ଲା ବିଜେଡି ସଭାପତି ତଥା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି, ମେଣ୍ଟ ନେଇ ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେମାନେ ଗ୍ରହଣ କରିବେ। ସମାନ ଢଙ୍ଗରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି ବି ଉତ୍ତର ରଖିଛନ୍ତି। ଅନ୍ୟପଟେ, ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେଲେ ଜିଲ୍ଲା ରାଜନୀତିରେ ଏହାର କ’ଣ ପ୍ରଭାବ ପଡ଼ିବ ତାକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଅଙ୍କକଷା ଚାଲିଛି।

ସୂଚନାଯୋଗ୍ୟ, ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ଥିବାବେଳେ ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବିଜେଡି ଭାଗରେ ୨ଟି ଏବଂ ବିଜେପି ଭାଗରେ ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ ପଡ଼ିଥିଲା। ଫୁଲବାଣୀ ବିଧାନସଭା ଏବଂ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ନିର୍ବାଚନ ଲଢ଼ୁଥିବାବେଳେ ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ଲଢ଼ିଥିଲା। ତେବେ ମେଣ୍ଟ ଭାଙ୍ଗିଯିବା ପରେ ୨୦୦୯ ସାଧାରଣ ନିର୍ବାଚନରେ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଦେବେନ୍ଦ୍ର କହଁର, ଘୁ.ଉଦୟଗିରିରୁ ବିଜେପି ପ୍ରାର୍ଥୀ ମନୋଜ ପ୍ରଧାନ ଏବଂ ବାଲିଗୁଡ଼ାରୁ ବିଜେପିରୁ କରେନ୍ଦ୍ର ମାଝୀ ନିର୍ବାଚିତ ହୋଇଥିଲେ। କନ୍ଧମାଳ ଲୋକସଭା ଆସନରେ ବିଜେଡି ବିଜୟୀ ହୋଇଥିଲା। ଯଦି ୨୦୨୪ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ସମ୍ଭବ ହୁଏ, ତେବେ ସେହି ପୁରୁଣା ଫର୍ମୁଲାକୁ ନେଇ ଉଭୟ ଦଳ ନିର୍ବାଚନ ମୈଦାନକୁ ଓହ୍ଲେଇବେ ନା ଆଉ କିଛି ପରିବର୍ତ୍ତନ ହେବ ସେ ନେଇ ସସପେନ୍ସ ଜାରି ରହିଛି। କିଛି ବିଜେପି ନେତା କହୁଛନ୍ତି, ଯଦି ମେଣ୍ଟ ହୁଏ ତେବେ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ବିଜେପି ଭାଗରେ ପଡ଼ିବ ଏବଂ ବିଧାନସଭା ନିର୍ବାଚନମଣ୍ଡଳୀ ଭାଗବଣ୍ଟା ପୂର୍ବ ଫର୍ମୁଲା ଅନୁସାରେ ହେବ। କିନ୍ତୁ ବିଜେଡି ନେତାମାନେ ଏହାକୁ ମାନିବାକୁ ନାରାଜ। ଜିଲ୍ଲାର ଜଣେ ବିଜେଡି ନେତାଙ୍କ କହିବା ଅନୁସାରେ, କନ୍ଧମାଳ ଲୋକସଭା ବିଜେଡି ଭାଗରେ ରହିବ। ଏହାର କାରଣ ଏହି ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ଅଚ୍ୟୁତ ସାମନ୍ତ ବର୍ତ୍ତମାନର ସାଂସଦ ଅଛନ୍ତି। ତେବେ ସେ ଯାହା ହେଉ ନା କାହିଁକି ବର୍ତ୍ତମାନ ମେଣ୍ଟକୁ ନେଇ ଉଭୟ ବିଜେଡି ଓ ବିଜେପି କର୍ମୀ ଓ ନେତା ଦ୍ବନ୍ଦ୍ବରେ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।