ଦେଶ ବିଦେଶ ରାଜନୀତି

କ’ଣ କରିଛନ୍ତି ଜାତିର ନୂଆ ଜନକ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି କହିଲେ ନୀତୀଶ କୁମାର

ନୂଆଦିଲ୍ଲୀ: ଜାତି ପାଇଁ ନୂଆ ଭାରତର ନୂଆ ଜନକ କ’ଣ କରିଛନ୍ତି ପଚାରି ଶନିବାର ଦିନ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଅମୃତା ଫଡ଼ନବୀସଙ୍କ ‘ନବ ଭାରତର ଜାତିର ଜନକ’ ଉକ୍ତିକୁ ଉଦ୍ଦେଶ୍ୟ କରି ନୀତୀଶ କୁମାର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ପତ୍ନୀ ଡିସେମ୍ବର ୨୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନବ ଭାରତର ଜାତିର ଜନକ ବୋଲି କହିଥିଲେ।

ସେ କହିଥିଲେ, ଭାରତର ଦୁଇଜଣ ଜାତିର ପିତା ଅଛନ୍ତି। ଜଣେ ପୁରାତନ ଭାରତର ଏବଂ ଆଉ ଜଣେ ନବ ଭାରତର। ମୋ ମତରେ ମହାତ୍ମା ଗାନ୍ଧୀ ହେଉଛନ୍ତି ଜାତିର ଜନକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ହେଉଛନ୍ତି ନବ ଭାରତର ଜାତିର ଜନକ।

ଉପରୋକ୍ତ ବକ୍ତବ୍ୟକୁ ସମାଲୋଚନା କରି ନୀତୀଶ କୁମାର କହିଛନ୍ତି, ଦେଶର ସ୍ବାଧୀନତା ସଂଗ୍ରାମରେ ସେମାନଙ୍କର କୌଣସି ଭୂମିକା ନ ଥିଲା। ସ୍ବାଧୀନତା ସଂଗ୍ରାମ ପ୍ରତି ‘ଆର୍‌ଏସ୍‌ଏସ୍‌’ର କୌଣସି ଅବଦାନ ନ ଥିଲା। ଆମେ ଜାତିର ନୂଆ ଜନକ ମନ୍ତବ୍ୟ ବିଷୟରେ ପଢ଼ିଲୁ। ଜାତି ପାଇଁ ନବ ଭାରତର ନୂଆ ଜନକ କ’ଣ କରିଛନ୍ତି?

ସେହିପରି, ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କୁ କାହା ସହିତ ତୁଳନା କରାଯାଇ ପାରିବ ନାହିଁ। ଏହାଛଡ଼ା, ‘ବିଜେପି’ର ନବ ଭାରତ ପ୍ରସଙ୍ଗକୁ ମଧ୍ୟ ସେ ତାତ୍ସଲ୍ୟ କରିଛନ୍ତି।

ସେ କହିଛନ୍ତି, ଜାତିର ଜନକଙ୍କୁ କହା ସହିତ ତୁଳନା କରାଯାଇ ପାରିବ ନାହିଁ। ସେମାନଙ୍କର ନବ ଭାରତ ହେଉଛି, ଦେଶର ବାକି ଜନତାଙ୍କୁ ଅବଦମିତ ଓ ଅନାହାରରେ ରଖି କେବଳ ଅଳ୍ପ କେତେ ଜଣ ଅତି ସମୃଦ୍ଧ ବନ୍ଧୁ ତିଆରି କରିବା।

ଯଦି ମାତ୍ର ଅଳ୍ପ କେତେ ଜଣ ବିତ୍ତଶାଳୀ ବ୍ୟବସାୟୀଙ୍କ ପାଇଁ ସେମାନେ ମୋଦୀଙ୍କୁ ଜାତିର ଜନକ କହୁଥାଆନ୍ତି, ତେବେ ସେମାନେ କୁହନ୍ତୁ। ସେଥିପାଇଁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର