ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କ’ଣ ଆପଣଙ୍କ ହାତ-ପାଦ ଥରୁଛି କି ? ଜାଣନ୍ତୁ ଏହା ପଛର କାରଣ

ଭୁବନେଶ୍ବର ୨୩।୧: ଲୋକଙ୍କୁ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥି ମଧ୍ୟରୁ ହାତ-ପାଦ ଥରିବା ମଧ୍ୟ ଏକ ସମସ୍ୟା । ପ୍ରାୟତଃ ଖାଦ୍ୟ ଖାଉଥିବା ସମୟରେ ବା ଅନ୍ୟ କୌଣସି କାମ କରୁଥିବା ସମୟରେ ଲୋକଙ୍କ ହାତ ଥରିଥାଏ । ଯାହାକୁ ସେମାନେ ଦୁର୍ବଳତା କାରଣରୁ ହୋଇଥାଇପାରେ ବୋଲି ଭାବି ଅଣଦେଖା କରିଥାନ୍ତି । କିନ୍ତୁ, ଏହା କୌଣସି ଅନ୍ୟ ସମସ୍ୟା ବି ହୋଇଥାଇପାରେ । ଯଦି ଆପଣଙ୍କୁ ଏହି ସମସ୍ୟା ବାରମ୍ବାର ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ କାରଣରୁ ହାତ-ପାଦ ଥରିଥାଏ ।

ଥାଇରଏଡ୍ ବଢିବା :

ବେକର ମଧ୍ୟ ଭାଗରେ ଏକ ଛୋଟ ଗ୍ରନ୍ଥି ରହିଛି ଯାହାକୁ ଥାଇରଏଡ୍ କୁହାଯାଏ । ଯେତେବେଳେ ତାହା ବଢିଯାଏ ହୃତପିଣ୍ଡର ସ୍ପନ୍ଦନ ମଧ୍ୟ ବଢି ଯାଇଥାଏ । ଏଥିସହିତ ଆପଣଙ୍କ ଓଜନ ମଧ୍ୟ ହ୍ରାସ ପାଇଥାଏ ଏବଂ ହାତ ଥରିଥାଏ । ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ଚିନ୍ତା ମଧ୍ୟ ଏକ କାରଣ :

ଶରୀରରେ କୋର୍ଟିସୋଲ୍ ହର୍ମୋନର ଲେବଲ ଖରାପ ହେବା କାରଣରୁ ଚିନ୍ତା ବଢିଥାଏ । ଏହି କାରଣରୁ ଶରୀରର ରକ୍ତ ସଞ୍ଚାଳନରେ ଅସୁବିଧା ଦେଖାଯାଏ ଯାହା କାରଣରୁ ହାତ-ପାଦ ଥରିବା ଆରମ୍ଭ ହୋଇଥାଏ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ଅନିଦ୍ରା ହୁଅନ୍ତୁ ନାହିଁ ଏବଂ ଚିନ୍ତା ଦୂରକରିବା ପାଇଁ ବ୍ୟାୟାମର ସାହାଯ୍ୟ ନିଅନ୍ତୁ ।

ଚା’-କଫିର ଅଭ୍ୟାସ :

ଅତ୍ୟଧିକ ମାତ୍ରାର ଚା’ କିମ୍ବା କଫି ସେବନ କରିବା ଦ୍ବାରା ହାତ-ପାଦ ଥରିଥାଏ । ଏହାଦ୍ବାରା ହାତ ଥରିବା ସହ ଅନିଦ୍ରା, ଚିନ୍ତା, ହୃତପିଣ୍ଡ ସ୍ପନ୍ଦନ ବଢିବା ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥିଲାଗି ଗୋଟିଏ ଦିନରେ କେବଳ ୪୦୦ ମିଲିଗ୍ରାମ୍ କାଫିନର ସେବନ କରନ୍ତୁ କିମ୍ବା ଚା’ ଏବଂ କଫିର ଅଭ୍ୟାସ କମ୍ କରନ୍ତୁ ।

ଔଷଧର ପାର୍ଶ୍ବ ପ୍ରତିକ୍ରିୟା :

ଏହି ସମସ୍ୟାର ଅନ୍ୟ ଏକ କାରଣ ଔଷଧର ପାର୍ଶ୍ବ ପ୍ରତିକ୍ରିୟା କାରଣରୁ ମଧ୍ୟ ହୋଇଥାଇପାରେ । ସେଥି ମଧ୍ୟରୁ ବ୍ଲଡ୍ ପ୍ରେସର, ଆଣ୍ଟିଡିପ୍ରେସନ୍, ଶ୍ବାସ ରୋଗ ଭଳି ଔଷଧର ସେବନ କାରଣରୁ ହାତ ଥରିବାର କାରଣ ହୋଇଥାଏ । ଯଦି ଆପଣଙ୍କୁ ଏମିତି ଅନୁଭବ ହେଉଛି କିମ୍ବା କୌଣସି ଔଷଧ ସେବନ କାରଣରୁ ହାତ ଥରୁଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ମଦ୍ୟପାନ କରିବା :

ଅବଶ୍ୟକତାରୁ ଅଧିକ ମଦ୍ୟପାନ ସେବନ କରିବା ଦ୍ବାରା ସମସ୍ୟା ଦେଖିବାକୁ ମିଳିଥାଏ । ତଥାପି ୫-୬ ଦିନରେ ଏହି ସମସ୍ୟା ଆପେ ଠିକ୍ ହୋଇଯାଏ । କିନ୍ତୁ ଅତ୍ୟଧିକ ମଦ୍ୟପାନ କରିବା ଶରୀର ପାଇଁ ହାନି କାରକ ହୋଇଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ