ଦେଶ ବିଦେଶ ମନୋରଞ୍ଜନ

କଣ୍ଠଶିଳ୍ପୀ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ପରଲୋକ, ଗାୟକ କୈଳାଶ ଖେର ଟ୍ବିଟ୍‌ କରି ଦେଲେ ସୂଚନା

ନୂଆଦିଲ୍ଲୀ ୨୦।୦୧ : ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏବେ ପୁଣି ଥରେ ଦୁଃଖଦ ଖବର ଆସିଛି । ଫିଲ୍ମ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ବୁଧବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହେଲେ ବର୍ତ୍ତମାନ ଏଯାଏଁ ମୃତ୍ୟୁର ବିଷୟରେ କାରଣ ସ୍ପଷ୍ଟ ହୋଇନାହିଁ। ଶାନ୍‌ଙ୍କ ମା ସୋନାଲି ମୁଖାର୍ଜୀ ନିଜେ ମଧ୍ୟ ଜଣେ ଗାୟିକା ଥିଲେ। ଏହି ଖବରକୁ ଗାୟକ କୈଳାଶ ଖେର ଏକ ଟ୍ୱିଟ ମାଧ୍ୟମରେ ଲେଖି ଜଣାଇଛନ୍ତି : “ଶାନଙ୍କ ମା’ଙ୍କର ଦେହାନ୍ତ ହୋଇଛି। ଭଗବାନ ଶିବଙ୍କ ନିକଟରେ ଏହା ଏକ ପ୍ରାର୍ଥନା ଯେ ଆମର ଭାଇ ଶାନଙ୍କ ଦୃଢ ସହ ଧର୍ଯ୍ୟ ରଖନ୍ତୁ ।

ଶାନଙ୍କୁ ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ତେବେ ତାଙ୍କ ମା’ ଗୀତ ଗାଇ ନିଜ ପିଲାମାନଙ୍କୁ ଲାଳନ ପାଳନ କରିଥିଲେ। ଶାନଙ୍କ ମା’ଙ୍କ ମୃତ୍ୟୁ ହେତୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ପ୍ରଶଂସକ ସହ ଅନେକ ତାରକାମାନେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଦୁଃଖ ପ୍ରକାଶ କରୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ