ଅପରାଧ ରାଜ୍ୟ

କଣ୍ଟେନର ଧକ୍କାରେ ୩ କାଉଡ଼ିଆଙ୍କ ମୃତ୍ୟୁ

କେନ୍ଦୁଝର/ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଖିରେଇଟାଙ୍ଗିରି ଟୋଲ୍‌ପ୍ଲାଜା ନିକଟରେ ‌ ଡାଲା ଅଟୋକୁ ଏକ କଣ୍ଟେନର ଧକ୍କା ଦେବାରୁ ୩ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ତେଲକୋଇ ବ୍ଲକ୍‌ ସନ୍ଥେଇଭଞ୍ଜ ଗ୍ରାମର ଦୀପକ ନାଏକ (୨୦), ଗୁରୁ ନାଏକ (୫୦) ଓ ଲିଙ୍ଗରାଜ ନାଏକ (୪୫। ଗୁରୁତରମାନେ ହେଲେ ଅଟୋ ଡ୍ରାଇଭର କଳିଙ୍ଗ ପେଣ୍ଠେଇ, ରଂଜନ ନାଏକ ଓ ପିନୁ ପ୍ରଧାନ।

ଶ୍ରାବଣ ସୋମବାର ପାଇଁ ସନ୍ଥେଇଭଞ୍ଜ ଗ୍ରାମର କାଉଡ଼ିଆମାନେ ବୈତରଣୀ ନଦୀରୁ ପାଣି ଉଠାଇଥିଲେ। ଜଳଲାଗି କରିବାକୁ ପାଟଣା ଶିବ ମନ୍ଦିରକୁ ଯାଇଥିଲେ। ମହାଦେବଙ୍କ ଠାରେ ଜଳଲାଗି କରିବା ପରେ ସନ୍ଧ୍ୟାରେ ଏକ ଡାଲା ଅଟୋରେ ଘରକୁ ଫେରୁଥିଲେ। ରାତି ପ୍ରାୟ ୮.୧୫ ମିନିଟ ସମୟରେ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ଟୋଲ୍‌ପ୍ଲାଜା ନିକଟରେ ପଛରୁ ଆସୁଥିବା ଏକ କଣ୍ଟେନର ଏହି ଅଟୋକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଆଉ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ୪ଜଣଙ୍କ ଚିକିତ୍ସା ଚାଲିଛି। ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ କରୁଛି। ତାପସ ନାଏକ ଅଟୋରୁ ଛିଟିକି ପଡ଼ିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।