ରାଜ୍ୟ ଲାଇଫ୍ ଷ୍ଟାଇଲ

କଟନୀ ଛଟନୀକୁ ବିରୋଧ, ମିଲ୍ ଆଗରେ ଧାନ ରଖି ଚାଷୀଙ୍କ ପ୍ରତିବାଦ

ବାଲିପାଟଣା ୨୨/୦୧: କଟନୀ ଛଟନୀକୁ ବିରୋଧ କରି ଧାନ ମିଲ ଆଗରେ ଧାନ ରଖି ଚାଷୀଙ୍କ ପ୍ରତିବାଦ । ବାଲିଅନ୍ତା ବ୍ଳକ ପାରିବାସୁଦେଇପୁରରେ ଥିବା ସାନ୍ଥୋଲିଆ ରାଇସ୍ ମିଲ ଆଗରେ ଶତାଧିକ ଗାଡ଼ିରେ ଚାଷୀ ମାନେ ଧାନ ଆଣି ପ୍ରତିବାଦ କରିଛନ୍ତି । ସରକାରୀ ଅଧିକାରୀ, ମିଲର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇ ଏକ କ୍ଵିଣ୍ଟାଲରେ ୫ କିଲୋଗ୍ରାମ୍ ଧାନ କଟନି ପାଇଁ ସ୍ଥିର ହୋଇଥିଲା ।

ମାତ୍ର ମିଲର ଧାନ ନିମ୍ନମାନର ଦର୍ଶାଇ ଏକ କ୍ଵିଣ୍ଟାଲରେ ୫ କିଲୋଗ୍ରାମ୍ ରୁ ଅଧିକ କଟନୀ କରୁଛନ୍ତି । ଏପରିକ ଏକ କ୍ଵିଣ୍ଟାଲ୍‌ ରେ ୨୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଧାନ କଟନୀ କରୁଥିବା ଚାଷୀ ଅଭିଯୋଗ ଆଣିଛନ୍ତି । ବାତ୍ୟା ଜୱାଦ୍ ପାଇଁ ଧାନର ମାନ କମ୍ ଥିବା ଅନୁମାନ କରାଯାଉଛି । ଯେଉଁଥିପାଇଁ ଏହି ସମସ୍ୟା ଦେଖା ଯାଇଛି । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଧାନ କିଣୁଥିବା ମିଲର କର୍ମଚାରୀ କହିଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ