କଟକ ୧୮।୬: ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କଟକ ଏସସିବିରେ ପହଞ୍ଚିଲେ ଜଗା । ଶନିବାର ସନ୍ଧ୍ୟାରେ ଏମ୍ସ ଡାକ୍ତର ଦୀପକ ଗୁପ୍ତା ଜଗାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିବେ । ଡାକ୍ତର ଦୀପକ ଗୁପ୍ତା ଏମ୍ସରେ ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କର ସଫଳ ଅସ୍ତ୍ରୋପଚାର କରିଥିଲେ । ଏହା ଜଗାଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା । ଏବେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଏସସିବି ପ୍ରଶାସନିକ ଅଧିକାରୀ କହିଛନ୍ତି ।