ଦେଶ ବିଦେଶ ସ୍ୱାସ୍ଥ୍ୟ

କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ ସିଲ୍, SCBରୁ ଦଲାଲ ମାଧ୍ୟମରେ ରୋଗୀ ଚାଲାଣ ଅଭିଯୋଗ

କଟକ ୫।୪: ଦଲାଲ ମାଧ୍ୟମରେ କଟକ ବଡ ମେଡିକାଲରୁ ରୋଗୀଙ୍କୁ ନର୍ସିଂହୋମକୁ ନେବା ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗ ଅନୁସାରେ ଝାଡଖଣ୍ଡର ସିଂହଭୂମ ଜିଲ୍ଲାରୁ କଟକ ବଡ ମେଡିକାଲକୁ ଆସିଥିବା ଜଣେ ରୋଗୀଙ୍କୁ ମେଡିକାଲରୁ ଦଲାଲ ମାଧ୍ୟମରେ ମଙ୍ଗଳାବାଗ ରିଂରୋଡରେ ଥିବା ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସମ୍ପୃକ୍ତ ରୋଗୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ଚିକିତ୍ସିତ ମହିଳା ମୃତ୍ୟୁ ହୋଇସାରିଥିଲେ ମଧ୍ୟ ସେ ଜୀବିତ ଅଛନ୍ତି କହି ପରିବାର ଲୋକଙ୍କଠାରୁ ଚିକିତ୍ସା ପାଇଁ ଅଧିକରୁ ଅଧିକ ଟଙ୍କା ଦାବି କରିଥିଲେ ଅନ୍ନପୂର୍ଣ୍ଣା ନର୍ସିଂହୋମ କର୍ତ୍ତୃପକ୍ଷ । ଶୋଷଣରେ ଅତିଷ୍ଠ ହୋଇ ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇସାରିଥିଲେ ମଧ୍ୟ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ କର୍ତ୍ତୃପକ୍ଷ ତାଙ୍କୁ ଜୀବିତ ଦର୍ଶାଇ ଟଙ୍କା ଲୁଟୁଥିଲେ। ଏ ସମ୍ପର୍କରେ ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, କଟକ ବଡ ମେଡିକାଲରୁ ଦଲାଲ ସାହାଯ୍ୟରେ ଏହି ମହିଳାଙ୍କୁ ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ଅଣାଯାଇଥିଲା । ତେଣୁ ପୋଲିସ ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସେପଟେ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଅନ୍ନପୂର୍ଣ୍ଣା ବାବଦରେ ତଦନ୍ତ ସମୟରେ ଅନେକ ସାଂଘାତିକ ତଥ୍ୟ ପାଇଛି ପୋଲିସ। ତଥ୍ୟ ସମ୍ପର୍କରେ ଅଧିକ ଯାଞ୍ଚ ପାଇଁ ସିଡିଏମଓ ଏବଂ ଏଡିଏମଓଙ୍କ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ତଦନ୍ତ ସମୟରେ ଅନ୍ନପୂର୍ଣ୍ଣା ନର୍ସିଂହୋମର ଲାଇସେନ୍ସ ନବୀକରଣ ହୋଇନଥିବା ଜଣାପଡିଛି। ଏହାସହ ନର୍ସିଂହୋମରେ ଚିକିତ୍ସା ପାଇଁ ଜଣେ ବି ଡାକ୍ତର ନଥିବା ସାମ୍ନାକୁ ଆସିଥିବା ପୋଲିସ କହିଛି। ବିନା ଡାକ୍ତରରେ ହିଁ ଚାଲିଥିଲା ଅନ୍ନପୂର୍ଣ୍ଣା ନର୍ସିଂହୋମ। ସ୍ବାସ୍ଥ୍ୟ ବିଭାଗ ନର୍ସିଂହୋମକୁ ସିଲ୍ କରିଛି ଓ ନର୍ସିଂହୋମ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ନର୍ସିଂହୋମ ସିଲ୍ ବେଳକୁ ସେଠାରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ପୋଲିସ ସହାୟତାରେ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ